October 13, 2026

କବାଟ ଭାଙ୍ଗି କଳା କନା ବୁଲାଇଲେ ଚୋର

1 min read

ଡେରାବିଶ,୧୨/୧୦(ନି.ପ୍ର):ଡେରାବିଶ ବ୍ଲକ ଜଅରା ବାରିମୂଳ ପଞ୍ଚାୟତ ଜଅରା ବାରିମୂଳ ଗ୍ରାମରେ ରବିବାର ରାତିରେ ଜନୈକ ବ୍ୟକ୍ତିଙ୍କ ଘର କବାଟ ଭାଙ୍ଗି ଚୋରମାନେ ସର୍ବସ୍ବ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗ୍ରାମର ଦମୟନ୍ତୀ ସେଠୀ ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ରୁ ପ୍ରକାଶ ଯେ ରବିବାର ରାତି ପ୍ରାୟ ୧୧ ଠାରୁ ୧ ଟା ମଧ୍ୟରେ ଘରେ ଶୋଇଥିବା ସମୟରେ ଲୁଟେରା ମାନେ ଘରର କବାଟ ଭାଙ୍ଗି ଦୁଇଟି ବାକ୍ସରେ ଥିବା ଅନ୍ୟୁନ ୬୦ ହଜାର ଟଙ୍କା ସମେତ ରୂପା ଗହଣା ଓ କଂସା ବାସନ ଲୁଟ୍ ହୋଇଥିବା ନେଇ ଦମୟନ୍ତୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ ସଦରଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ଅଞ୍ଚଳରେ କିଛି ମାସ ହେବ ଲୁଟେରା ମାନଙ୍କ ଦୈରାତ୍ମ୍ୟ ବଢି ଚାଲିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ତୁରନ୍ତ ଏହି ଅଞ୍ଚଳରେ ପୋଲିସ ପାଟ୍ରୋଲି ବ୍ୟବସ୍ଥା କରାଇବାକୁ ସମାଜସେବୀ ସୁଖଦାନନ୍ଦ ପ୍ରଧାନ ଦାବି କରିଛନ୍ତି।