ବନ୍ଧରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ
1 min read
ପାରଳାଖେମୁଣ୍ଡି: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ରାଜୁଗୁରୁ ସାହି ନିକଟ ସଦରା ବନ୍ଧରେ ବୁଡି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ନିଖିଳ ପଟ୍ଟନାୟକ ବଡ଼ ବ୍ରାହ୍ମଣ ସାହି ବାସିନ୍ଦା ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ଅପରାହ୍ନରେ ନିଖିଳ ଗାଧୋଇବା ପାଇଁ ବନ୍ଧକୁ ଆସିଥିଲେ। ବନ୍ଧ ହୁଡାରେ ପିନ୍ଧିଥିବା ଡ୍ରେସ ଓ ମୋବାଇଲ ଥୋଇ ଗୋଧୋଇବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ଯୁବକ ଜଣକ ନ ଆସିବାରୁ ସ୍ଥାନୀୟ ଲୋକେ ପୋଲିସ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରି ନିଖିଳଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ତାଙ୍କୁ ଜିଲାମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।