March 31, 2026

ବିଶ୍ଵର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ମହାନାୟକ ସାଜନ୍ତି ଦ୍ଵାପର ଯୁଗର ଖଳନାୟ ମହାରାଜା କଂସ

1 min read

ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ୧୧ ଦିନ ଧରି ଚାଲେ। ବିଶ୍ଵର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ମହାନାୟକ ସାଜନ୍ତି ଦ୍ଵାପର ଯୁଗର ଖଳନାୟ ମହାରାଜା କଂସ। ମଥୁରା ନରେସ କଂସ ମହାରାଜା ଏବଂ ଶ୍ରୀ କୃଷ୍ଣଙ୍କ କଥାବସ୍ତୁକୁ ନେଇ ଚାଲେ ନାଟକ। ଏହି ନାଟକରେ ବହୁ କଳାକାର ଅଭିନୟ କରନ୍ତି। ଆଧୁନିକତାର ଛାପ ବାଜିଥିଲେ ମଧ୍ୟ ଧନୁଯାତ୍ରା ତା’ର ଆଦର ହରାଇ ନାହିଁ।

ଏହି ନାଟକ ଦେଖିବା ପାଇଁ ପ୍ରତିବର୍ଷ ରାଜ୍ୟ ତଥା ବାହାରୁ ବରଗଡ଼ରେ ଦର୍ଶକଙ୍କ ଭିଡ଼ ଜମେ। ଧନୁଯାତ୍ରା ନାଟକରେ ନିଜକୁ ହଜାଇ ଦିଅନ୍ତି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଧନୁଯାତ୍ରା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସହ ଯୋଡ଼ି ହୋଇ ରହିଛି।

ବରଗଡ଼ ଧନୁଯାତ୍ରା ନାଟ୍ୟ କଳା-ନାଟ୍ୟ କଳାକାର-ନାଟ୍ୟ ପ୍ରେମୀଙ୍କୁ ନେଇ ଏକ ତ୍ରିବେଣୀ ସଙ୍ଗମ ସୃଷ୍ଟି କରିପାରିଛି କହିଲେ ଭୁଲ୍‌ ହେବ ନାହିଁ। ଧନୁଯାତ୍ରା ଜଣେ ଅଭିନେତାକୁ କେତେ ପ୍ରାପ୍ୟ ଦେଉଛି ତାହା ଏକ ଭିନ୍ନ ପ୍ରସଙ୍ଗ। ହେଲେ ଏଠାରେ ଯେଉଁ ସମ୍ମାନ ମିଳେ ତାହା ଜଣେ କଳାକାର ପାଇଁ ଗୌରବର ବିଷୟ। ଏହି ସମ୍ମାନ ପାଇବା ପାଇଁ ଧନୁଯାତ୍ରାରେ କଳାକାରଙ୍କ ଭିଡ଼ ଜମେ।