ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି
1 min read
ନୂଆଦିଲ୍ଲୀ: ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ କଶ୍ମୀର ଆକାଶରେ ବାଦଲ ଥିବାରୁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦିଲ୍ଲୀରେ ଶୀତ ବଢ଼ିବା ସହ ବାୟୁ ଗୁଣବତ୍ତା ମାନ ଅତ୍ୟନ୍ତ ନିକୃଷ୍ଟ ଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି।
ରାଜସ୍ଥାନରେ ତାପମାତ୍ରା ସର୍ବନିମ୍ନ ରହିଛି। ଶୁକ୍ରବାର ସକାଳେ ସିକର ଜିଲାର ଫତେପୁରରେ ତାପମାତ୍ରା ୧.୯ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେଠାର ୭ଟି ଜିଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସିକରରେ ହାରାହାରି ତାପମାତ୍ରା ୩ ଡିଗ୍ରୀ ହୋଇଥିବା ବେଳେ ନାଗୌରରେ ୩.୧, ଲୁଙ୍କାରନସରରେ ୩.୨, ଚୁରୁରେ ୪.୫ ଏବଂ ପିଲାନିରେ ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ପଞ୍ଜାବ ଓ ହରିୟାଣାରେ ହାଡ଼ଥରା ଶୀତ ଲାଗି ରହିଛି। ଉଭୟ ରାଜ୍ୟର ରାଜଧାନୀ ଚଣ୍ଡିଗଡ଼ ତାପମାତ୍ରା ୬.୧ ଡିଗ୍ରୀ ରେକର୍ଡ କରାଯାଇଛି। ଶ୍ରୀନଗର ତାପମାତ୍ରା ଗୁରୁବାର ରାତିରେ ବିଯୁକ୍ତ ୪ ଡିଗ୍ରୀ ରେକର୍ଡ କରାଯାଇଛି, ଯାହାକି ପୂର୍ବ ତୁଳନାରେ ୪ ଡିଗ୍ରୀ ଅଧିକ।


