ଓଡ଼ିଶା ସମେତ ଅନେକ ରାଜ୍ୟକୁ କାଳବୈଶାଖୀ ଚେତାବନୀ
1 min read
ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ପାଗ ପୁଣି ଥରେ ପରିବର୍ତ୍ତନ ହେବାକୁ ଯାଉଛି। ଦିଲ୍ଲୀ-ଏନସିଆରରେ ପୁଣି ଥରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ବର୍ଷା ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ଓଡ଼ିଶା, ସିକିମ ଏବଂ ଉତ୍ତର-ପୂର୍ବ ଭାରତର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ୨୩ ମାର୍ଚ୍ଚରେ ଘଣ୍ଟା ପ୍ରତି ୩୦ ରୁ ୫୦ କିଲୋମିଟର ବେଗରେ ଝଡ଼ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି। ମଧ୍ୟ ଭାରତ ଏବଂ ମହାରାଷ୍ଟ୍ରର କିଛି ସ୍ଥାନରେ ପ୍ରବଳ ପବନ ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।


