ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରବଚକଙ୍କର ଶୋଚନୀୟ ମୃତ୍ୟୁ

1 min read

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଗଡ଼ଦେଉଳିଆ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦ୍ରୁତଗାମୀ ମାଲବାହୀ ଟ୍ରକ ଭୁଲ ରାସ୍ତାରେ ଆସି କାରକୁ ପିଟିଲା l ଘଟଣାସ୍ଥଳରେ କାର ଚାଳକଙ୍କ ପାଖରେ ବସିଥିବା ଗାୟତ୍ରୀ ଆଶ୍ରମର ପ୍ରବଚକ ଗଞ୍ଜାମ ଜିଲ୍ଲା ପୁସ୍ତପୁର ଗ୍ରାମର ଏମ ଭାଗିରଥୀ ଦୁରାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଚାଳକ ବୈଶିଙ୍ଗା ଗାୟତ୍ରୀ ଆଶ୍ରମ ମୁଖ୍ୟ ଯୋଗ ଗୁରୁ ହେମନ୍ତ ପଣ୍ଡା ଗୁରୁତର l ସେମାନେ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ସାରି ବୈଶିଙ୍ଗା ଫେରୁଥିଲେl ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି l