January 24, 2026

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନତ’ ରବିବାର ଟ୍ରାଙ୍କୁଲାଇଜ ହୋଇଛି

1 min read

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନତ’ ରବିବାର ଟ୍ରାଙ୍କୁଲାଇଜ ହୋଇଛି। ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇଛି। ଏନେଇ ବନ୍ୟପ୍ରାଣୀ ଆରସିସିଏଫ୍‌ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି। ବାଘୁଣୀ ଜୀନତଙ୍କୁ ଆଲିପୁରସ୍ଥିତ ଚିଡ଼ିଆଖାନାକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଠାରେ ସଂପୂର୍ଣ୍ଣ ରୂପେ ପ୍ରକ୍ରିୟା ଶେଷ ହେଲା ପରେ ଶିମିଳିପାଳକୁ ପୁଣି ଅଣାଯିବ।

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳରୁ ଜୀନତ ଖସିଯାଇ ଝାଡ଼ଖଣ୍ଡ ପାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜୀନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା।