ମାନସିକ ଅବସାଦ ପାଇଁ ନିଜ ଜୀବନ ନେବାର ପନ୍ଥା ବାଛୁଛନ୍ତି ଯୁବକ
1 min read
ରାଉରକେଲା: ମାନସିକ ଅବସାଦ ହେଉ ଅବା ଅନ୍ୟାନ୍ୟ କାରଣରୁ ଯୁବକମାନେ ନିଜ ଜୀବନ ନେବାର ପନ୍ଥା ବାଛୁଛନ୍ତି। କେବଳ ଯୁବକ ନୁହଁନ୍ତି ଯୁବତୀ, ମହିଳା, ବୟସ୍କ ଏମିତିକି ନାବାଳକ ଓ ନାବାଳିକାମାନେ ମଧ୍ୟ ଏଭଳି ଚରମ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି।
ଏହା ସମାଜ ଓ ପରିବାର ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବୁଦ୍ଧିଜୀବୀମାନେ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ଦିନକୁ ଦିନ ଏହାର ସଂଖ୍ୟା ବଢ଼ିଚାଲିଥିବା ବେଳେ ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନର ଆବଶ୍ୟକତା ରହିଛି।
ସୁନ୍ଦରଗଡ଼ରେ ଗତ ୩୫ ମାସ (ଗତ ୨୦୨୨ରୁ ୨୦୨୪ ନଭେମ୍ବର) ମଧ୍ୟରେ ବିଭିନ୍ନ କାରଣରୁ ୫୦୪ ଜଣ ନିଜ ଜୀବନ ନେଇଛନ୍ତି। ଏମାନଙ୍କ ମଧ୍ୟରେ ୩୮୫ ଜଣ ହେଉଛନ୍ତି ପୁରୁଷ ରହିଛନ୍ତି। ସେହିପରି ୧୧୯ ଜଣ ମହିଳା ଅଛନ୍ତି। ଗତ ୨୦୨୨ରେ ୧୫୩ ପୁରୁଷ ନିଜ ଜୀବନ ନେଇଥିବାବେଳେ ୨୦୨୩ରେ ୧୨୯ ଓ ୨୦୨୪ରେ ୧୦୩ ଜଣ ନିଜ ଜୀବନ ନେଇଛନ୍ତି।
ଅନୁରୂପ ଭାବେ ୨୦୨୨ରେ ୩୮ ମହିଳା ନିଜ ଜୀବନ ନେଇଥିବାବେଳେ ୨୦୨୩ରେ ୪୨ ଓ ୨୦୨୪ରେ ୩୯ ଜଣ ମହିଳା ନିଜ ଜୀବନ ନେଇଛନ୍ତି।