ପ୍ରୟାଗରାଜ ମାଘ ମେଳାରେ ଶଙ୍କରାଚାର୍ଯ୍ୟ ଉପାଧିକୁ ନେଇ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼
1 min read
ପ୍ରୟାଗରାଜ: ପ୍ରୟାଗରାଜ ମାଘ ମେଳାରେ ଶଙ୍କରାଚାର୍ଯ୍ୟ ଉପାଧିକୁ ନେଇ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନାତନ ଧର୍ମ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତିଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଯୋଗୀ କହିଛନ୍ତି ଯେ, ସମାଜରେ ଅନେକ ‘କାଳନେମି’ (ଛଦ୍ମବେଶୀ ଅସୁର) ଅଛନ୍ତି ଯେଉଁମାନେ ସନାତନକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ଠାରୁ ସତର୍କ ରହିବା ଜରୁରୀ।
ଅବିମୁକ୍ତେଶ୍ୱରାନନ୍ଦଙ୍କୁ ବ୍ୟାନ୍ କରିବା ପାଇଁ ପ୍ରସ୍ତୁତି!
ସୂଚନା ଅନୁଯାୟୀ, ମାଘ ମେଳା ପ୍ରଶାସନ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦଙ୍କୁ ମେଳା ଅଞ୍ଚଳରୁ ବ୍ୟାନ୍ କରିବା ପାଇଁ ବିଚାର କରୁଛି। ପ୍ରଶାସନର ଅଭିଯୋଗ ଯେ, ଅବିମୁକ୍ତେଶ୍ୱରାନନ୍ଦ ନିୟମ ଭଙ୍ଗ କରି ମେଳାରେ ଶାନ୍ତି ବ୍ୟାହତ କରୁଛନ୍ତି। ପୂର୍ବରୁ ତାଙ୍କୁ ‘ଶଙ୍କରାଚାର୍ଯ୍ୟ’ ଉପାଧି ବ୍ୟବହାର ନକରିବାକୁ ନୋଟିସ ଦିଆଯାଇଥିବା ବେଳେ ଏବେ ତାଙ୍କୁ ମେଳାରୁ ସମ୍ପୂର୍ଣ୍ଣ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଯୋଗୀ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ନନେଇ କହିଛନ୍ତି ଯେମିତି ରାମାୟଣ କାଳରେ କାଳନେମି ସାଧୁ ବେଶ ଧରି ହନୁମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଆଜି ମଧ୍ୟ କିଛି ଲୋକ ଧର୍ମ ନାମରେ ବିଭ୍ରାଟ ସୃଷ୍ଟି କରୁଛନ୍ତି।ଜାତି ଏବଂ ସମ୍ପ୍ରଦାୟ ନାମରେ ହିନ୍ଦୁ ସମାଜକୁ ବାଣ୍ଟିବା ଏକ ବଡ଼ ଷଡ଼ଯନ୍ତ୍ର। ମାଘ ମେଳାର ପବିତ୍ରତା ବଜାୟ ରଖିବା ପାଇଁ ପ୍ରଶାସନ ସବୁପ୍ରକାର କଠୋର ପଦକ୍ଷେପ ନେବ।
ପାଲଟା ଜବାବ ଦେଲେ ଅବିମୁକ୍ତେଶ୍ୱରାନନ୍ଦ:
ଏହି ଚେତାବନୀ ପରେ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ କୌଣସି ଅନ୍ୟାୟ ନିଷ୍ପତ୍ତିକୁ ମାନିବେ ନାହିଁ। ସେ ନିଜ ହକ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବେ ଏବଂ ପ୍ରଶାସନର ଏହି ଆଭିମୁଖ୍ୟ ସନାତନ ପରମ୍ପରାର ଅପମାନ ବୋଲି ସେ ଦର୍ଶାଇଛନ୍ତି।


