July 27, 2024

ରାଜ୍ୟକୁ କେନ୍ଦ୍ରୀୟ ନେତାଙ୍କର ମାରାଥନ ଗସ୍ତ

1 min read

ଭୁବନେଶ୍ୱର : ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରଗରମ ହେଉଛି ପ୍ରଚାର ମୈଦାନ | ରାଜ୍ୟକୁ କେନ୍ଦ୍ରୀୟ ନେତାଙ୍କର ମାରାଥନ ଗସ୍ତ ଚାଲିଛି | ଆଜି ଗୋଟିଏ ଦିନରେ ୩ କେନ୍ଦ୍ରୀୟ ନେତା ଓଡିଶା ଆସୁଛନ୍ତି | ଆଜି ଦିନ ୧୨.୩୦ ମିନିଟରେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ | ସେଠାରୁ ସେ ଦିନ ୧.୩୦ ମିନିଟରେ ସ୍ୱତନ୍ତ୍ର ବିମାନ ଯୋଗେ ଗଞ୍ଜାମ ଜିଲ୍ଲା ସୋରଡ଼ା ଯାଇ ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଶାହ । ପରେ ୩.୩୦ ମିନିଟରେ ବୌଦ୍ଧ ପହଂଚି ଦଳୀୟ ସମାବେଶରେ ଯୋଗ ଦେବେ | ସେଠାରୁ ଫେରି ସନ୍ଧ୍ୟା ୬ଟାରେ କଟକରେ ଏକ ବିଶାଳ ରୋଡ ସୋରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଦଳର ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ଦଳୀୟ ବିଧାୟକଙ୍କ ସହ ମିଶି ରୋଡ଼ ସୋ କରିବେ | ଏହାପରେ ଆଜି ରାତି ସେ ଭୁବନେଶ୍ୱର ବାଟ ଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି | ଏଥିପାଇଁ କଟକ ବାଲିଯାତ୍ରା ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ୍ ସହ ଶାହାଙ୍କ ରୋଡ୍ ସୋ ହେବାକୁ ଥିବା ରାସ୍ତାରେ ପୋଲିସ ପକ୍ଷରୁ ରିହରସାଲ କରାଯାଇଛି।

ସେପଟେ ଆଜିଠୁ ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ବରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହ ସେ ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ପଦ୍ମପୁର ଓ ସୁନ୍ଦରଗଡ଼ରେ ଆୟୋଜିତ ହେବାକୁ ଥିବା ଜନସଭାରେ ଉଦବୋଧଦନ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି।

ଅପରପକ୍ଷେ ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୂଚନା ଅନୁଯାୟୀ, ଆଜି ସକାଳ ୯ଟାରେ ରାହୁଲ ନୂଆଦିଲ୍ଲୀରୁ ବାହାରି ସାଢ଼େ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ଝାରସୁଗୁଡ଼ାରୁ ଚପରରେ ସେ ବଲାଙ୍ଗୀର ଯିବେ। ରାହୁଲ ଗାନ୍ଧୀ ବଲାଙ୍ଗୀରର କୋଶଳ କଳମଣ୍ଡଳ ପଡ଼ିଆରେ ଆୟୋଜିତ ବିରାଟ ସମାବେଶରେ ଯୋଗଦେବେ। ଦିନ ୧୧ଟା ୪୫ରୁ ୧୨ଟା ୪୫ ମିନିଟ୍ ଯାଏ ବଲାଙ୍ଗୀରରେ ରାହୁଲଙ୍କ କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଆଜି ରାହୁଲ। ତା ପରେ ତାଙ୍କର ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *