୨୦୩୬ରେ ଓଡ଼ିଶାକୁ ୫୦୦ ବିଲିୟନ ଅର୍ଥନୀତିରେ ପହଞ୍ଚାଇବା ଲକ୍ଷ୍ୟ
1 min read
ଭୁବନେଶ୍ବର: ଓଡ଼ିଶା ସରକାର ଏବଂ ଉତ୍କଳ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଜନତା ମୈଦାନଠାରେ ‘ସମୃଦ୍ଧ ଓଡିଶା ୨୦୩୬ କନକ୍ଲେଭ’ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟିତ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି । ଆଗାମୀ ୧୦ ବର୍ଷ ଓଡ଼ିଶା ପାଇଁ ଡ୍ରିମ୍ ଡିକେଡ । ଗତ ୮୦ ବର୍ଷ ଓଡ଼ିଶାର ଲସ୍ ଡିକେଡ । ଓଡ଼ିଶା ଏବେ ଏକ ନମ୍ବରରେ ଅଛି । ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ । ଦକ୍ଷତା ବୃଦ୍ଧି ପାଇଁ ସିଙ୍ଗାପୁର ସହ ଚୁକ୍ତି ହୋଇଛି । ଆଗାମୀ ଦଶନ୍ଧି ପରିବର୍ତ୍ତନର ପରବର୍ତ୍ତୀ ଦଶନ୍ଧି । ୨୦୩୬ ସୁଦ୍ଧା ଅର୍ଥନୀତିରେ ଶ୍ରେଷ୍ଠ ୫ ରାଜ୍ୟରେ ରହିବ ଓଡ଼ିଶା । ରାଜ୍ୟ ଏବେ ୧୨୦ ବିଲିୟନ ଅର୍ଥନୀତିରେ ଅଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଅର୍ଥନୀତିରେ ଓଡ଼ିଶାକୁ ପହଞ୍ଚାଇବାକୁ ହେବ । ଆମ ସରକାର ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେଥିରୁ ଗ୍ରାଉଣ୍ଡିଂ ହୋଇ ସରିଛି ୨ ଲକ୍ଷ କୋଟିର ପ୍ରକଳ୍ପ । ସେମିକଣ୍ଡକ୍ଟରରେ ସମସ୍ତ ରାଜ୍ୟ ୧ କଲାବେଳେ ଆମେ ୫ରେ ଅଛୁ ।
ଆମ ସରକାର ଆସିବାର ୧୭ ମାସ ଭିତରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛୁ । ୧୭ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ବୁଝାମଣା ପତ୍ର ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି । ଆମ ସରକାର ଇଭେଣ୍ଟ ମ୍ୟାନେଜମେଣ୍ଟରେ ସୀମିତ ନାହିଁ । ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ ହୋଇଛି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେଥିରୁ ଗ୍ରାଉଣ୍ଡିଂ ହୋଇସରିଛି ୨ଲକ୍ଷ କୋଟିର ପ୍ରକଳ୍ପ । ରିୟଲ ଟାଇମ୍ ଭିତରେ ପ୍ରକଳ୍ପ କରିବାକୁ ଆମ ସରକାର ପ୍ରତିବଦ୍ଧ । ୩୦ଟି ଜିଲ୍ଲାରେ ୬୪ ସ୍ଥାନରେ ଶିଳ୍ପ ହେବ । ଏବେ ୧୪ ଜିଲ୍ଲାରେ ଗ୍ରାଉଣ୍ଡ ବ୍ରେକିଂ କାମ ସରିଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୂଖ ଉପସ୍ଥିତ ଥିଲେ।


