October 14, 2025

ପୌର ଭେଣ୍ଡିଙ୍ଗ ଜୋନ ଗୁଡିକ କଳଙ୍କି ଲାଗି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି

1 min read

କେନ୍ଦ୍ରାପଡ଼ା ୧୦/୯ କେନ୍ଦ୍ରାପଡ଼ା ପୌରପରିଷଦ ଅଧିନସ୍ତ ଜ୍ଞାନପୀଠ ରୋଡ଼ରେ ଥିବା ଭେଣ୍ଡିଙ୍ଗ ଜୋନ ଗୁଡିକ କଳଙ୍କି ଲାଗି ଭୁଶୁଡିବାକୁ ବସିଲାଣି I ପୌରପରିଷଦ ଦ୍ୱାରା ଯେଉଁ ଉଦ୍ଦେଶ୍ୟ ରେ କରାଯାଇଥିଲା ତାହା ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି I ମାତ୍ର କିଛି ହାତଗଣତି ଦୋକାନୀ ଭଡାରେ ନେଇଥିବା ବେଳେ ସେମାନଙ୍କ ଅବସ୍ଥା ମଧ୍ୟ ସେୟା I କାରଣ ଭେଣ୍ଡିଙ୍ଗ ଗୃହ ଗୁଡିକୁ ପୌରସଂସ୍ଥା ଦ୍ୱାରା ସଫା କରାଯାଉଛି ନା ତାର ମରାମତି କରାଯାଉଛି I ଅବହେଳିତ ଅବସ୍ଥାରେ ପଡ଼ିରହିଛି I କିଛିବର୍ଷ ତଳେ ଭେଣ୍ଡିଙ୍ଗ ଗୃହ ଏଗୁଡିକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ନବୀକରଣ କରାଯାଇଥିଲା I କାରଣ ସେଥିରୁ କିଛି ଅର୍ଥ ପୌରାସଂସ୍ଥା ଉପାର୍ଜନ କରିପାରିବ ବୋଲୀ | କିନ୍ତୁ ଭେଣ୍ଡିଙ୍ଗ ଜୋନ ଭଡା ଅର୍ଥ ସାମାନ୍ୟ ଅଧିକ ହୋଇଥିବାରୁ ସାଧାରଣ ଲୋକେ ଭଡା ନେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି | ଏହାରି ମଧ୍ୟରେ ପୌରସଂସ୍ଥା ଦ୍ୱାରା ଭେଣ୍ଡିଙ୍ଗ ଗୃହ ଗୁଡିକର ରକ୍ଷଣ ବେକ୍ଷଣ ନନେବା ଦ୍ୱାରା ଟିଣା ଗୁଡିକ କଳିଙ୍ଗ ଲାଗି ଭାଙ୍ଗିବା ସଙ୍ଗେ ସଙ୍ଗେ ବିଭିନ୍ନ ବଣୁଆ ଲଟା ମାଡିଗଲାଣି I ଯାହା ଫଳରେ ଏହି ବର୍ଷା ଦିନରେ ଭେଣ୍ଡିଙ୍ଗ ଗୃହ ମଧ୍ୟରେ ବିଷଧର ସାପ, ଗୋଧି ବାସ କଲେଣି I ନ୍ୟୁଜ ବାହାରିବା ପରେ ଯଦି ପୌରାସଂସ୍ଥା କୌଣସି ପଦକ୍ଷେପ ନନିୟନ୍ତି ତେବେ ନିଶ୍ଚିନ୍ତ ଭାବେ ଭେଣ୍ଡିଙ୍ଗ ଗୃହ ଗୁଡିକ ଭାଙ୍ଗି ମାଟିରେ ମିଶିଯିବାର ସମ୍ଭାବନା ରହିଛି I