Categories

February 8, 2026

ଠିକାଦାରଙ୍କୁ ପିସି ମାଗି ଫସିଲେ ଯନ୍ତ୍ରୀ

1 min read

ତିର୍ତ୍ତୋଲ: ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୭ ଲକ୍ଷ ଟଙ୍କାର ଏକ ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି ଠିକାଦାରଙ୍କ ସହ ପିସି ବାବଦରେ ଫୋନ୍‌ କଲ ଭାଇରାଲ ହୋଇଥିଲା। ଏହା ପରେ ଜଗତସିଂହପୁର ପିଡି ଏହାର ତଦନ୍ତ କରିଥିଲେ। ସତ୍ୟତା ଜଣାପଡ଼ିବା ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ଚିନ୍ମୟୀ ଦ୍ବିବେଦୀଙ୍କୁ ନିଲମ୍ବନ କରାଯାଇଛି।
ନିଲମ୍ବନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିଲମ୍ବନ ସମୟରେ ଜଗତସିଂହପୁର ଜିଲା ପରିଷଦ କାର୍ଯ୍ୟାଳୟ ଆସିବେ। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅନୁମତି ବିନା ମୁଖ୍ୟାଳୟ ଛଡ଼ିପାରିବେନି ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।