ମକ୍କାରେ ହଜ୍ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, ୬୮ ଭାରତୀୟ ସାମିଲ
1 min read
ମକ୍କା: ଚଳିତ ବର୍ଷ ହଜ୍ଯାତ୍ରା ପାଇଁ ସାଉଦି ଆରବର ମକ୍କା ଓ ମଦିନା ସହରରେ ୨୦ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ସମାଗମ ଘଟିଥିଲା। ହେଲେ ଭୀଷଣ ଗରମ ସହ ଗୁଳୁଗୁଳି କାରଣରୁ ସାଉଦି ଆରବରେ ୯୦୦ରୁ ଅଧିକ ହଜ୍ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ହଜ୍ଯାତ୍ରୀଙ୍କ ମଧ୍ୟରେ ୬୮ଜଣ ଭାରତୀୟ ରହିଥିବା ନେଇ ଯାତ୍ରା ସହ ଜଡ଼ିତ ଜଣେ ସାଉଦି ଆରବର କୁଟନୀତିଜ୍ଞ କହିଛନ୍ତି। ତେବେ ଭାରତରୁ ଚଳିତ ବର୍ଷ ୧,୭୫,୦୦୦ ଯାତ୍ରୀ ହଜ୍ ପାଇଁ ଯାଇଥିବା ବେଳେ ଏଯାବତ ସରକାରଙ୍କ ପକ୍ଷରୁ କୌଣସି ଆଧିକାରୀକ ସୂଚନା ଜାରି କରାଯାଇ ନାହିଁ।
ଗୁରୁବାର ଏଏଫ୍ପିର ନୂଆ ରିପୋର୍ଟ ମୁତାବକ ହଜ୍ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି। ଗତ ବର୍ଷ ହଜ୍ ସମୟରେ ୨୦୦ରୁ ଅଧିକ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ମୃତକ ହଜ୍ଯାତ୍ରୀଙ୍କ ମଧ୍ୟରେ ସର୍ବାଧିକ ଇଜିପ୍ଟରୁ ଥିବା ବେଳେ ବାକି ଟ୍ୟୁନିସିଆରୁ, ଇଣ୍ଡୋନେସିଆରୁ, ଜୋର୍ଡାନରୁ, ଭାରତ ଏବଂ ଇରାନର ରହିଉନ୍ତି। ଖବର ଅନୁଯାୟୀ ସମସ୍ତ ତୀର୍ଥଯାତ୍ରୀଙ୍କ ମୃତଦେହ ନିଜ ନିଜ ଦେଶକୁ ପଠାଯିବ ନାହିଁ, ସାଉଦି ଆରବରେ ହିଁ ସେମାନଙ୍କୁ ସମାଧି ଦିଆଯିବ ବୋଲି ଜଣାପଡ଼ିଛି।