୭୮ତମ ସ୍ଵାଧୀନତା ଦିବସ ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି
1 min read
ଆଜି ୭୮ତମ ସ୍ଵାଧୀନତା ଦିବସ ପାଳନ କରିଛି ସାରା ଭାରତ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ। ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଚ୍ଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ବର୍ଷ ରାଜ୍ୟସ୍ତରୀୟ ପରେଡ୍ରେ ମୋଟ୍ ୫୮ଟି ଟ୍ରୁପ ଅଂଶଗ୍ରହଣ କରିଛନ୍ତି । ଏଥର ପରେଡରେ ବିଏସଏଫ, ଇଣ୍ଡୋ ତିବ୍ବତିଆନ୍ ବର୍ଡର ପୋଲିସ ଓ ଛତିଶଗଡ଼ ଷ୍ଟେଟ୍ ଆର୍ମଡ ପୋଲିସର ଟ୍ରୁପ ସାମିଲ ହେବ ସହିତ ମହିଳା ଆଇପିଏସ୍ ଅଧିକାରୀ ଅମ୍ରିତପାଲ୍ କୌର ଚଳିତବର୍ଷ ପରେଡର ନେତୃତ୍ୱ ନେଇଥିଲେ ।
ଏହାସହ ଓଡ଼ିଶା ପୋଲିସର ସପ୍ତମ ବାଟାଲିଅନ୍, କମିସନରେଟ ପୋଲିସର ଟ୍ରୁପ ସହିତ, ଏସ୍ଓଜି, ସ୍ଵିଫ୍ଟ ଆକ୍ସନ ଫୋର୍ସ, ଆରପିଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟ୍ରୁପ୍ ପରେଡରେ ଅଂଶଗ୍ରହଣ କରିବେ। ଏହାସହ ବିଭିନ୍ନ ସ୍କୁଲ୍ର ସ୍କାଉଟ୍, ଗାଇଡ୍ ଓ ଏନ୍ସିସି ଅନ୍ୟ ଛାତ୍ରଛାତ୍ରୀମାନେ ପରେଡରେ ସାମିଲ କରିଚ୍ଛନ୍ତି ।
ଏଥର ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲ। ଭୁବନେଶ୍ୱରରେ ଅନେକ ପୋଲିସ୍ ମୁତୟନ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।