June 27, 2026

ପୁଣି ଧକ୍କା ଦେଇଛି ଆମବସ୍‌

1 min read

ଭୁବନେଶ୍ୱର: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି ଆମବସ୍‌।
ସ୍କୁଲରୁ ବାପଝିଅ ଫେରୁଥିବାବେଳେ ରଙ୍ଗ୍‌ରୁଟ୍‌ରେ ଆସି ଆମବସ୍‌ ଧକ୍କା ଦେଇଛି। ଦୁର୍ଘଟଣା ଘଟାଇଥିବା ଆମବସ୍‌କୁ ସ୍ଥାନୀୟ ଲୋକେ ଅଟକାଇଥିବାବେଳେ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ କରୁଛି।