ଲଗାଣ ବର୍ଷାରେ ବେହାଲ ହେଲାଣି ଦେଶର ରାଜଧାନୀ
1 min read
ନୂଆଦିଲ୍ଲୀ: ଦିଲ୍ଲୀରେ ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଯମୁନା ନଦୀରେ ଜଳସ୍ତର ବୃଦ୍ଧି। ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ଲଗାତାର ବଢ଼ିବାରେ ଲାଗିଛି। ହଥିନି କୁଣ୍ଡ ବ୍ୟାରେଜରୁ ନିରନ୍ତର ଛଡ଼ାଯାଉଥିବା ବନ୍ୟା ପାଣି ରାଜଧାନୀ ପାଇଁ ବିପଦର ଘଣ୍ଟି ବଜାଇଛି। ସୋମବାର ସକାଳେ ବ୍ୟାରେଜରୁ ପ୍ରାୟ ୩ଲକ୍ଷ ୨୯ହଜାର କ୍ୟୁସେକ ପାଣି ଛଡ଼ାଯାଇଥିଲା। ଏହା ସିଧାସଳଖ ଦିଲ୍ଲୀକୁ ପ୍ରଭାବିତ କରିଛି। ରାତିସାରା ପ୍ରବଳ ବର୍ଷା ପରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରକୁ ଯିବାରୁ ଏବେ ବନ୍ୟା ଜଳ ଦିଲ୍ଲୀ-ଏନସିଆରରେ ଥିବା ଘରଗୁଡ଼ିକରେ ପ୍ରବେଶ କରିଛି। ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବିଶେଷକରି ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି।