ଦୁବାଇ ଏୟାର ସୋ’ରେ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ
1 min read
ଦୁବାଇ: ଶୁକ୍ରବାର (୨୧ ନଭେମ୍ବର, ୨୦୨୫) ଦୁବାଇ ଏୟାର ଶୋ’ରେ ଏକ ବଡ଼ ଅଘଟଣ ଘଟିଛି । ସେଠାରେ ଚାଲିଥିବା ପ୍ରଦର୍ଶନୀ ସମୟରେ ଏକ ଭାରତୀୟ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଛନ୍ତି ।
ଏହି ଦୁର୍ଘଟଣାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ତେଜସ୍ ଜେଟ୍ ଆକାଶରେ ବିମାନ ଖେଳୁଛି ଏବଂ ହଠାତ୍ ତଳକୁ ଖସିପଡ଼ୁଛି ଓ ଏକ ବଡ଼ ବିସ୍ଫୋରଣ ହେଉଛି । ଏହାକୁ ଦେଖି ଦର୍ଶକମାନେ ସ୍ତବ୍ଧ ହୋଇଯାଇଥିଲେ ।
ଚିନ୍ତାଜନକ କଥା ହେଉଛି ପାଇଲଟ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଭିଡିଓରେ ମଧ୍ୟ ପାଇଲଟ ବାହାରି ଆସିଥିବା ଦେଖାଯାଉନଥିଲା । ଏଣୁ ସେ ମୃତ୍ୟୁବରଣ କରିଥିବା ସଂଦେହ କରାଯାଉଥିଲା । ଏବେ ତାହା ସ୍ପଷ୍ଟ ହୋଇଛି ।


