May 16, 2025

ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଦ୍ବାରା ନରସଂହାର ପରେ ଭାରତ ଦ୍ୱାରା ନିଆଯାଇଥିବା ଦ୍ରୁତ କାର୍ଯ୍ୟାନୁଷ୍ଠାନ

1 min read

ଇସଲାମାବାଦ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଦ୍ବାରା ନରସଂହାର ପରେ ଭାରତ ଦ୍ୱାରା ନିଆଯାଇଥିବା ଦ୍ରୁତ କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଅଛି। ପାକିସ୍ତାନ ପୂର୍ବରୁ ଏକ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହି ସମୟରେ, ଶନିବାର ଭାରତ ଏହା ଉପରେ ଏକ ତ୍ରିସ୍ତରୀୟ ଅର୍ଥନୈତିକ କଟକଣା ଆରମ୍ଭ କରିଛି।
ଭାରତର କଠୋର ମନୋଭାବ ଯୋଗୁ ପାକିସ୍ତାନ ଭୟଭୀତ ହେବା ସହିତ ଯେକୌଣସି ସମୟରେ ଆକ୍ରମଣ ହେବାର ଆଶଙ୍କା କରୁଛି। ଭାରତ ସହିତ ଯୁଦ୍ଧ ଆଶଙ୍କା ଯୋଗୁ ପାକ୍ ଅଧିକୃତ କଶ୍ମୀର (ପିଓକେ)ର ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଯାଇଛି।

ନିୟନ୍ତ୍ରଣ ରେଖା ସଂଲଗ୍ନ ଅଞ୍ଚଳରେ ରାସନ ଅଭାବକୁ ଦୃଷ୍ଟିରେ ରଖି, ପାକିସ୍ତାନ ସେଠାରେ ଅଟା ମହଜୁଦ କରିବା ଆରମ୍ଭ କରିଛି। ଯେପରି ଅଟା ସ୍ଥାନୀୟ ଲୋଙ୍କ ପାଇଁ ଦୁଇ ମାସ ଲାଗି ଯଥେଷ୍ଟ ହୋଇ ପାରିବ।