December 11, 2025

ଏମ୍ସ ଅର୍ଥୋପେଡିକ ୱାର୍ଡ ଭିତରେ ଜଣେ ରୋଗୀଙ୍କ ସନ୍ଦେହ ଜନକ ମତ୍ୟୁ

1 min read

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ଅର୍ଥୋପେଡିକ ୱାର୍ଡ ଭିତରେ ଜଣେ ରୋଗୀଙ୍କ ସନ୍ଦେହ ଜନକ ମତ୍ୟୁ ଘଟିଛି। ବେଡ ଉପରେ ଲାଗିଥିବା ଫ୍ୟାନରୁ ରୋଗୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଦିଲୀପ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ଯାଜପୁର ଜିଲା ଅଟଳପୁର ଗାଁର ୭୦ ବର୍ଷୀୟ ଦିଲୀପ କୁମାର ସାହୁ।
ଦିଲୀପ ଗତ ଡିସେମ୍ବର ୫ ତାରିଖରେ ଏମ୍ସ ଅର୍ଥୋପେଡିକ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେ ୫ନମ୍ବର ବେଡ୍ରେ ରହୁଥିଲେ।ମଙ୍ଗଳବାର ସକାଳେ ନିଜ ବେଡ ଉପରେ ଲାଗିଥିବା ଫ୍ୟାନରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଦିଲୀପ ରହୁଥିବା ୱାର୍ଡରେ ୧୦ ଜଣ କର୍ମଚାରୀ ନିୟୋଜିତ ଥିଲେ। ଏଥିସହ ୱାର୍ଡରେ ଆଟେନାଣ୍ଟ ଭାବେ ଦିଲୀପଙ୍କ ପାଖରେ ତାଙ୍କ ଝିଅ ରହୁଥିଲେ।