ବ୍ରାଇନସୁଗାର ଜବତ, ଜଣେ ଗିରଫ
1 min read
ଭୋଗରାଇ: ଅବକାରୀ ବିଭାଗ ଡେପୁଟି ସୁପରଟେଣ୍ଟ ଶଶୀକାନ୍ତ ଦତ୍ତଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ସରସ୍ୱତୀପୁର ରୋଡ଼ ଦେଉଳା ଠାରେ ବ୍ରାଉନସୁଗାର ବିକ୍ରି ବେଳେ ଗୋପନୀୟ ସୂତ୍ରରୁ ଖବରପାଇ ଜଳେଶ୍ଵର ରେଞ୍ଜର ଇନ୍ସପେକ୍ଟର ଓ ଭୋଗରାଇ ଅବକାରୀ ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ଗୋଟିଏ ବାଇକ ସହିତ ୧୬୫ ଗ୍ରାମ ଓଜନର ବ୍ରାଇନସୁଗାର ଓ ନଗଦ ୧୦୭୦ ଟଙ୍କା ଜବତ କରିଛନ୍ତି।
ଏହି ବ୍ରାଇନସୁଗାରର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୫୦ ହଜାର ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ମିଳିଛି। ଗିରଫ ହୋଇଥିବା ଯୁବକ ହେଲେ ସାନତେଘରୀ ଗ୍ରାମର ବିଜୟ ସାହୁ (୨୭)। ଏନେଇ ଜଳେଶ୍ଵର ଅବକାରୀ ରେଞ୍ଜର ଥାନାରେ ୯୯/୨୫-୨୬ ରେ ମାମଲା ରୁଜୁ କରାଯାଇଛି। ଏହି ଚଢ଼ଉରେ ଜଳେଶ୍ଵର ରେଞ୍ଜର ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବେହେରା, ଭୋଗରାଇ ଅବକାରୀ ଥାନା ଓଆଇସି ସୁନୀଲ କୁମାର ମାଝୀ, ଏଏସଆଇ ଦିଲ୍ଲୀପ ତ୍ରିପାଠୀ, ଅନିଲ ପଣ୍ଡା, ବାସୁଦେବ କାମିଳା ସହିତ ଅନ୍ୟମାନେ ସାମିଲ ଥିଲେ।


