September 12, 2024

ହିତାଧିକାରୀଙ୍କ ଦ୍ଵନ୍ଦ୍ଵ ଦୂର କରିବ ‘ସୁଭଦ୍ରା’ କଲ୍ ସେଣ୍ଟର

1 min read

ଭୁବନେଶ୍ୱର: ସୁଭଦ୍ରା’ ଯୋଜନାକୁ ନେଇ ସଂଶୟ ଦୂର କରିବ ‘ସୁଭଦ୍ରା’ କଲ ସେଣ୍ଟର। ବୁଧବାର ଦିନ ଭୁବନେଶ୍ଵରସ୍ଥିତ ଓକାକ୍ ବିଲ୍ଡିଂ ପରିସରରେ ‘ସୁଭଦ୍ରା’ କଲ ସେଣ୍ଟର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ ଯୋଜନାକୁ ନେଇ ହିତାଧିକାରୀଙ୍କ ମନରେ ରହିଥିବା ଦ୍ଵନ୍ଦ୍ଵ ଦୂର କରିବାରେ ଏହି କଲ ସେଣ୍ଟର ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନା ଫର୍ମ ଦାଖଲ କରିବା ପାଇଁ କୌଣସି ଶେଷ ତାରିଖ ଧାର୍ଯ୍ୟ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏହି କଲ ସେଣ୍ଟର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ସୁଭଦ୍ରା କଲ ସେଣ୍ଟର ନମ୍ବର ୧୪୬୭୮ କୁ କଲ କରି ଏହି ଯୋଜନା ସମ୍ପର୍କରେ ସମସ୍ତ ସୂଚନା ପାଇହେବ। ସୁଭଦ୍ରା କଲ ସେଣ୍ଟରରେ ୧୮୦ ଜଣ ଷ୍ଟାଫ୍ ନିଯୁକ୍ତ ହୋଇଛନ୍ତି। ‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ପାଇଁ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଆଧାରକାର୍ଡ ଏବଂ ବ୍ୟାଙ୍କ ପାସବୁକରେ ରହିଥିବା ତ୍ରୁଟିକୁ ଚିନ୍ତାରେ ପଡ଼ିଛନ୍ତି। ଏହି ତ୍ରୁଟି ସୁଧାରିବା ପାଇଁ ମୋ ସେବା କେନ୍ଦ୍ର, ସହଜ କେନ୍ଦ୍ର, ପୋଷ୍ଟ ଅଫିସ ଏବଂ ବ୍ୟାଙ୍କ ଆଦିରେ ହିତାଧିକାରୀଙ୍କ ପ୍ରବଳ ଭିଡ଼ ଲାଗିଛି ରହୁଛି। ଓଡ଼ିଶାରେ ସେପ୍ଟେମ୍ବର ୧୭ ତାରିଖରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ। ସେହିଦିନ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *