January 24, 2026

ବଲାଙ୍ଗୀର ପଥରଚେପା ଠାରେ ମଙ୍ଗଳବାର ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ

1 min read

ବଲାଙ୍ଗୀର: ବଲାଙ୍ଗୀର ପଥରଚେପା ଠାରେ ମଙ୍ଗଳବାର ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ କୃଷକ ମାନଙ୍କ ଯୋଗଦାନ ଓ ଭୂମିକା ସମ୍ପର୍କରେ କହିଥିଲେ। ବଲାଙ୍ଗୀର ଜିଲାର କୃଷି, ଜଳସେଚନ ବୃଦ୍ଧି ସହ ପ୍ରତି ଜିଲାରେ ଏକ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ। ଏହି ଅବସରରେ ବନ୍ଦ ପଡିଥିବା ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀଡ଼ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ, ବଲାଙ୍ଗୀର ଏମପି ସଙ୍ଗୀତା କୁମାରୀ ସିଂଦେଓ, ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଆରଡିସି ସଚିନ ରାମଚନ୍ଦ୍ର ଯାଦବ, ଜିଲାପାଳ ଗୈାରବ ଶିଓ୍ବାଜୀ ଇସଲଓ୍ବାର ମଞ୍ଚାସୀନ ଥିଲେ। ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାର ୧୧ ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ମାଝି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଓ ପଡୋଶୀ ଜିଲାରୁ ସହସ୍ରାଧିକ ଚାଷୀ ଉପସ୍ଥିତ ଥିଲେ।