July 26, 2024

ଷ୍ଟେଟ ବ୍ୟାଙ୍କ ସଞ୍ଜୀବନୀ – ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ଲୋକାର୍ପିତ

1 min read

ଭୁବନେଶ୍ୱର : ଷ୍ଟେଟବ୍ୟାଙ୍କ ଫାଉଣ୍ଡେସନ ଦ୍ୱାରା ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ‘ଏସବିଆଇ ସଞ୍ଜୀବନୀ’ ଷ୍ଟେଟବ୍ୟାଙ୍କ ଫାଉଣ୍ଡେସନ ପରିଚାଳନା ନିର୍ଦେଶକ ସଞ୍ଜୟ ପ୍ରକାଶ ଲୋକାର୍ପିତ କରିଛନ୍ତି । ଷ୍ଟେଟବ୍ୟାଙ୍କ କର୍ପୋରଟ ସାମାଜିକ ଦାୟିତ୍ୱ ଅନ୍ତର୍ଗତ ଗ୍ରାମ ସେବା କାର୍ଯ୍ୟକ୍ରମପାଳନ ପାଇଁ ଏହି ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍‌ ଗ୍ରାମ ବିକାଶ ସ୍ଵେଟଛାସେବୀ ସଂଗଠନର ସହାୟତାରେ ଆରମ୍ଭ କରାଯାଇଛି । ସଞ୍ଜୀବନୀ ପଦେକ୍ଷପ କଲାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳର ଦ୍ୱାର ଦେଶର ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି । ମୋବାଇଲ୍ ମେଡିକାଲ୍ ୟୁନିଟରେ ନର୍ସ ଏବଂ ସପୋର୍ଟ କର୍ମଚାରୀମାନଙ୍କୁ ନେଇ ଏକ ଉତ୍ସର୍ଗୀକୃତ ମେଡିକାଲ୍ ଟିମ୍ ରହିବ । ଏହି ୟୁନିଟ୍ ନିୟମିତ ବ୍ୟବଧାନରେ ଦୁଗର୍ମ ଗ୍ରାମରେ ପହଞ୍ଚିବ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଶିବିର ଆୟୋଜନ କରିବ ।

Leave a Reply

Your email address will not be published. Required fields are marked *