ଲୋକଙ୍କ ଘରେ ଏବେ ସ୍ମାର୍ଟ ମିଟର ଲାଗିବ
1 min read
ଭୁବନେଶ୍ୱର: ଲୋକଙ୍କ ଘରେ ଏବେ ସ୍ମାର୍ଟ ମିଟର ଲାଗିବ, ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଆଣିଛି ଶକ୍ତି ବିଭାଗ । ରାଜ୍ୟ ସରକାର ୭୩୫କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇ କିଲୋୱାଟ ପର୍ଯ୍ୟନ୍ତ ଥିବା ୮ଲକ୍ଷ ୭୫ହଜାର ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ । ଏହି ବାବଦକୁ ଖର୍ଚ୍ଚ ହେବ ୩୪୦କୋଟି ଟଙ୍କା । ସେହିପରି ୨ଲକ୍ଷ ୭୮ହଜାର ୧୦୦ ଉପଭୋକ୍ତା ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବା ପାଇଁ ୮୮କୋଟି ଟଙ୍କା ଖର୍ଚ୍ଚ ହେବ । ମାର୍ଚ୍ଚ ୨୦୨୫ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କୁ ମିଟର ଭଡା ବାବଦକୁ ୩୦୭କୋଟି ଟଙ୍କା ବହନ କରିବେ ସରକାର । ତେବେ ଏହି ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ ।


