July 27, 2024

ଆଚରଣ ବିଧି ଉଲ୍ଲଙ୍ଘନ ନେଇ ଆଇନଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

1 min read

କଟକ, 16 ।3(ନିପ୍ର): ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଆଇନଜୀବୀ ସମ୍ବିତ ସାମଲଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ବନ୍ଧୀୟ ଅଭିଯୋଗ ପତ୍ର ଦାଖଲ କରାଯାଇଛି । ଏଥିରେ ଅଭିଯୋଗକାରୀ ଦର୍ଶାଇଛନ୍ତି କି, ସଂପୃକ୍ତ ଆଇନଜୀବୀ ଶ୍ରୀ ସାମଲ ଅଭିଯୋଗକାରୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଓକିଲାତି ଆଚରଣ ବିଧିର ଉଲ୍ଲଙ୍ଘନ କରି ୧୭ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

ଏତଦ୍ ବ୍ୟତୀତ ଅଭିଯୋଗକାରୀଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି । ଫଳରେ ଅଭିଯୋଗକାରୀ ପୋଲିସ ଥାନାର ଦ୍ୱାରସ୍ଥ ହୋଇ ଉକ୍ତ ଆଇନଜୀବୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଧାରା ୪୨୦, ୪୪୮ ଏବଂ ୫୦୬ ଅନୁଯାୟୀ ଅଭିଯୋଗ ଦାଖଲ କରିଛନ୍ତି । ସେହିପରି ଅନ୍ୟ ଜଣେ ଅଭିଯୋଗକାରୀ ସଂପୃକ୍ତ ଆଇନଜୀବୀଙ୍କ ବିରୋଧରେ ପୋଲିସ ଥାନାରେ ଭାରତୀୟ ପିଙ୍ଗଳ କୋଡ୍ ଧାରା ୪୨୦, ୨୯୪ ଏବଂ ୫୦୬ ଅନୁଯାୟୀ ଅଭିଯୋଗ ଦାଖଲ କରିଛନ୍ତି । ଯେଉଁଥିରେ କି ଶ୍ରୀ ସାମଲ ଅଭିଯୋଗକାରୀଙ୍କ ଠାରୁ ୧୬ ଲକ୍ଷ ୩୫ ହଜାର ଟଙ୍କା ଠକିନେଇଥିବା ସହିତ ହାକିମଙ୍କୁ ବଦନାମ କରିବାକୁ ପଛାଇ ନାହାନ୍ତି ।

ସମସ୍ତ ଅଭିଯୋଗ ତଥା ପ୍ରାମାଣିକ ତଥ୍ୟକୁ ବିଚାରକୁ ନେଲେ ଏହା ସ୍ପଷ୍ଟ ଯେ, ସଂପୃକ୍ତ ଆଇନଜୀବୀ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ, ଯାହା ସ୍ପଷ୍ଟ ଭାବରେ ଆଇନଜୀବୀ ଆଚରଣ ବିଧିର ଉଲ୍ଲଙ୍ଘନ ଅଟେ । ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ମାନ୍ୟବର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ସାମଲଙ୍କୁ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ବନ୍ଧୀୟ କାର୍ଯ୍ୟକଳାପ ତଥା ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତି ଯୋଗୁଁ ଦୃଷ୍ଟାନ୍ତମୂଳକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନୋଟିସ୍ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *