February 5, 2026

ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣା

1 min read

ଭୁବନେଶ୍ଵର: ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାରେ ବଡ଼ ବୟାନ ଦେଇଛି ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି। ଭୁବନେଶ୍ଵରରେ ପହଞ୍ଚିବା ପରେ ଶଙ୍କର କହିଛନ୍ତି ପୂର୍ବ ସରକାରରେ ହଜାରେ କୋଟିର ଡିଲ୍‌ ହୋଇଛି। ମୁଁ ଯଦି ସରେଣ୍ଡର କରିନଥାନ୍ତି, ହଜାରେ କୋଟିର ଡିଲ୍‌ କେମିତି ଆସିଥାନ୍ତା। ଷଡଯନ୍ତ୍ରକାରୀଙ୍କ ସବୁ ତଥ୍ୟ ସରକାରଙ୍କୁ ଦିଆଯିବ। ମୁଁ ଲୁଚି ନଥିଲି , ଆଇନ୍‌ ଅନୁଯାୟୀ ସମ୍ମୁଖୀନ ହେଉଥିଲି। ହାଇକୋର୍ଟରେ ଫାଇଲ୍ କରାଯାଇଥିଲା। ସୁପ୍ରିମକୋର୍ଟରେ ଫାଇଲ୍ କରିଥିଲି। ହାଇକୋର୍ଟଙ୍କୁ ମୁଁ ଆଗୁଆ ଜାମିନ୍ ମାଗିଥିଲି। ହାଇକୋର୍ଟ ସମୟ ଦେଇଥିଲେ , ମୁଁ ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି। ପତ୍ନୀ ଦିପ୍ତିମୟୀ ସାହୁଙ୍କ ନାଁରେ କୌଣସି ମାମଲା ନାହିଁ। ମୋର କୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି, ନ୍ୟାୟ ମିଳିବ। ୧୨୪ ଲୋକଙ୍କ ଜନ୍ମ କୁଣ୍ଡଳି ବାହାର କରନ୍ତୁ , କାହା ସହ ସମ୍ପର୍କ ନାହିଁ। ଆପଣ ମୁଖ୍ୟ କାର୍ପଟଦାର ପ୍ରଶ୍ନରେ କହିଲେ ସମ୍ପୂର୍ଣ୍ଣ ମିଛ କଥା।