August 22, 2026

୨୦୨୭ ନିର୍ବାଚନ ପୂର୍ବରୁ ବଢ଼ିଲା ନେତାଙ୍କ ସୁରକ୍ଷା ବଢ଼ିଲା

1 min read

ଲକ୍ଷ୍ନୌ:୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନଜରରେ ରଖି ରାଜ୍ୟର ପ୍ରମୁଖ ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଉଛି। ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ସମେତ ପ୍ରାୟ ୫୨ ଜଣ ନେତାଙ୍କୁ ଅତିରିକ୍ତ ସୁରକ୍ଷା କବଚ ଭାବେ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌ ଯୋଗାଇ ଦିଆଯିବ।

ପ୍ରତ୍ୟେକ ଜାକେଟ୍‌ର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ ଦାବି କରାଯାଇଛି। ଏହି ବ୍ୟବସ୍ଥାରେ କେବଳ ଶାସକ ଦଳର ନେତା ନୁହେଁ, ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ଅଖିଳେଶ ଯାଦବ ଓ ମାୟାବତୀଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ନେତା, ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ଏହି ତାଲିକାରେ ଥିବା ସୂଚନା ମିଳିଛି।