ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା
1 min read
ଖଜୁରୀପଡ଼ା: କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ସମ୍ମୁଖରେ ଥିବା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ଥିବା ଦେଖିବାକୁ ମିଳିଛି। କିଏ ପାଚେରି ଉପରେ ତ କିଏ ବିଦ୍ୟୁତ ଖୁଣ୍ଟ ପାଖରେ ଆଉ କିଏ ପୁଣି ଲତାବୁଦା ମୂଳେ ବସି ଖାଉଥିବା ମଙ୍ଗଳବାର ଦେଖିବାକୁ ମିଳିଛି।
ଆଜି ସ୍କୁଲ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍କୁଲର ଛାତ୍ରମାନେ ମଧ୍ୟାହ୍ନଭୋଜନ ଥାଳି ଧରି ଏତେତେଣେ ବସିବୁଲି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏପରି ଦୃଶ୍ୟ ସାମ୍ନାକୁ ଆସିବା ପରେ ସ୍କୁଲରେ ପିଲାମାନଙ୍କ ଦାୟତ୍ୱ ସୂଚାରୁ ରୂପେ ନିର୍ବାହ କରାଯାଉ ନ ଥିବା ସ୍ପଷ୍ଟ ହୋଇଛି। ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇବା ପାଇଁ କୌଣସି ଜାଗା ନାହିଁ ନା ପିଲାମାନେ ଜାଣିଶୁଣି ଏଣେତେଣେ ଖୋଲା ଆକାଶ ତଳେ ବସି ଖାଦ୍ୟ ଖାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସ୍କୁଲଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଥାଇ ଯଦି ଅବ୍ୟବସ୍ଥା ତା’ହେଲେ ଗ୍ରାମାଞ୍ଚଳରେ ଥିବା ସ୍କୁଲଗୁଡ଼ିକର ବ୍ୟବସ୍ଥା କିପରି ଥିବ ଏଥିରୁ ସହଜରେ ଅନୁମେୟ।


