ସୌଭାଗ୍ୟ ମହାପାତ୍ରଙ୍କୁ ଗ୍ୟାଙ୍ଗଟକସ୍ଥିତ ଆଇସିଏଫଏଆଇ ବିଶ୍ଵବିଦନ୍ୟାଳୟ ତରଫରୁ ହସ୍ପିଟାଲିଟି ଏବଂ ଟୁରିଜିମରେ ‘ଡକ୍ଟରେଟ’ ଉପାଧି
1 min read
ଶିକ୍କିମ: ହୋଟେଲ୍ ଏବଂ ପର୍ଯ୍ୟଟନ ଶିଳ୍ପର ଜଣାଶୁଣା ବ୍ୟକ୍ତିତ୍ଵ ସୌଭାଗ୍ୟ ମହାପାତ୍ରଙ୍କୁ ଗ୍ୟାଙ୍ଗଟକସ୍ଥିତ ଆଇସିଏଫଏଆଇ ବିଶ୍ଵବିଦନ୍ୟାଳୟ ତରଫରୁ ହସ୍ପିଟାଲିଟି ଏବଂ ଟୁରିଜିମରେ ‘ଡକ୍ଟରେଟ’ ଉପାଧି ପ୍ରଦାନ କରାଯାଇଛି। ଆଟମୋସ୍ଫିୟର କୋରର ଭାରତ, ନେପାଳ, ଭୁଟାନ ଏବଂ ଶ୍ରୀଲଙ୍କା ପାଇଁ ପରିଚାଳନା ନିର୍ଦ୍ଦେଶକ ଥିବା ସୌଭାଗ୍ୟ ମହାପାତ୍ରଙ୍କୁ ହସ୍ପିଟାଲିଟି ଏବଂ ଟୁରିଜିମ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ମିଳିଛି।
ହସ୍ପିଟାଲିଟି ଏବଂ ଟୁରିଜିମ ଶିଳ୍ପରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି କାର୍ଯ୍ୟ କରିଛନ୍ତି ସୌଭାଗ୍ୟ ମହାପାତ୍ର। ଓବରୟ ଗ୍ରୁପରୁ କ୍ୟାରିୟର ଆରମ୍ଭ କରିଥିବା ସୌଭାଗ୍ୟ ମହାପାତ୍ର ମେଫେୟାର ହୋଟେଲ୍ସ ଆଣ୍ଡ ରିସର୍ଟସ୍ରେ ଯୋଗ ଦେଇଥିଲେ। ବଳିଷ୍ଠ ନେତୃତ୍ଵ ଏବଂ ନୂତନ ଚିନ୍ତାଧାରା ଯୋଗୁଁ ସେ ମ୍ୟାଜେନର (ଅପରେସନ୍ସ)ରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦକୁ ଉନ୍ନିତ ହୋଇଥିଲେ। ମେଫେୟାରର ଅଭିବୃଦ୍ଧିରେ ସୌଭାଗ୍ୟ ମହାପାତ୍ରଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି।
ସୌଭାଗ୍ୟ ମହାପାତ୍ରଙ୍କ ଏହି ସଫଳତା ସମ୍ପର୍କରେ ଆଟମୋସ୍ଫିୟର ଗ୍ରୁପର ସହପ୍ରତିଷ୍ଠାତ ତଥା ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ସଲିଳ ପାଣିଗ୍ରାହୀ କହିଛନ୍ତି, “ଡକ୍ଟର ସୌଭାଗ୍ୟ ମହାପାତ୍ରଙ୍କୁ ଏହି ସ୍ଵୀକୃତି ତାଙ୍କ ଯୋଗ୍ୟତା ଏବଂ ଦକ୍ଷତା ଲାଗି ମିଳିଛି। ତାଙ୍କର ଦୀର୍ଘ ଦିନର ଅନୁଭୂତି ଏବଂ ଦୂରଦୃଷ୍ଟି ଆଟମୋସ୍ଫିୟର କୋରରେ ସମସ୍ତଙ୍କ ପାଇଁ ପ୍ରେରଣ ପାଲଟିଛି। ଏହି ସମ୍ମାନ ହସ୍ପିଟାଲିଟି କ୍ଷେତ୍ର ପାଇଁ ଗୌରବର ବିଷୟ।”
ଡକ୍ଟରେଟ ପ୍ରଦାନ କରାଯାଇଥିବାରୁ ଗ୍ୟାଙ୍ଗଟକସ୍ଥିତ ଆଇସିଏଫଏଆଇ ବିଶ୍ଵବିଦ୍ୟାଳୟକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସୌଭାଗ୍ୟ ମହାପାତ୍ର। ସେ କହିଛନ୍ତି, “ଏହି ସମ୍ମାନ ଲାଗି ମୁଁ ଗର୍ବିତ। ଏହା ମୋତେ ହସ୍ପିଟାଲିଟି ଏବଂ ଟୁରିଜିମ ଶିଳ୍ପକୁ ଆହୁରି ଆଗକୁ ନେବା ପାଇଁ ଉତ୍ସାହିତ କରିବ।”


