December 12, 2025

ଅମଲାତନ୍ତ୍ର ଉପରେ କଟାକ୍ଷ କରି ଅଧିକାରୀମାନଙ୍କୁ ବ୍ୟଙ୍ଗାତ୍ମକ ଭାବରେ ଭର୍ତ୍ସନା

1 min read

ନାଗପୁର : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନାଗପୁର କାର୍ଯ୍ୟକ୍ରମରେ ଅମଲାତନ୍ତ୍ର ଉପରେ କଟାକ୍ଷ କରି ଅଧିକାରୀମାନଙ୍କୁ ବ୍ୟଙ୍ଗାତ୍ମକ ଭାବରେ ଭର୍ତ୍ସନା କରିଛନ୍ତି। ରବିବାର ବଂଶବାଦ ରାଜନୀତିକୁ ସମାଲୋଚନା କରି କହିଛନ୍ତି ଯେ, ବିଶ୍ୱସ୍ତ କର୍ମୀଙ୍କୁ ଅବହେଳା ଯୋଗୁ ସେ ଅସନ୍ତୁଷ୍ଟ। ସେ ରାଜନେତାଙ୍କ ପରିବାରର ଉତ୍ତରାଧିକାରୀଙ୍କୁ ପରାସ୍ତ କରିବାକୁ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି ଯେ ଜନସାଧାରଣ ବଂଶବାଦ ରାଜନୀତି ଉପରେ ନିଜର ନିଷ୍ପତ୍ତି ନେବା ଉଚିତ୍। ବରିଷ୍ଠ ରାଜନେତାଙ୍କ ସମ୍ପର୍କୀୟଙ୍କ ପାଇଁ ଦଳର ଦକ୍ଷ କର୍ମୀମାନଙ୍କୁ ଅଣଦେଖା କରାଯାଉଥିବା ତାଙ୍କୁ ଗଭୀର ଭାବରେ ବ୍ୟଥିତ କରୁଛି।

ଏକ ସାକ୍ଷାତକାର ସମୟରେ ବଂଶବାଦ ରାଜନୀତିକୁ ସମାଲୋଚନା କରି ଗଡକରୀ କହିଛନ୍ତି, ମୁଁ ଏହା ଦେଖି ଦୁଃଖିତ ଯେ, ଯେଉଁ ନେତାମାନେ ବଂଶବାଦ ରାଜନୀତିକୁ ସମାଲୋଚନା କରିଥିଲେ, ସେମାନେ ପରେ ସେମାନଙ୍କ ସମ୍ପର୍କୀୟଙ୍କୁ ଟିକେଟ୍ ଦେବାକୁ ଜୋରଦାର ପ୍ରୟାସ କରୁଛନ୍ତି। ଏହି ମନୋଭାବ ଦଳର ଦୀର୍ଘକାଳୀନ ଏବଂ ବିଶ୍ୱସ୍ତ କର୍ମୀଙ୍କ ପ୍ରତି ଅନ୍ୟାୟ।

ଯେତେବେଳେ ୨୦-୩୦ବର୍ଷ ଧରି ଦଳ ପାଇଁ କାମ କରିଥିବା କର୍ମୀମାନେ ଟିକେଟ୍ ମାଗିବାକୁ ଆସୁଥିବାବେଳେ ନେତାମାନେ ସେମାନଙ୍କ ସ୍ତ୍ରୀ, ପୁଅ କିମ୍ବା ଅନ୍ୟ କୌଣସି ସମ୍ପର୍କୀୟଙ୍କୁ ଟିକେଟ୍ ଦେଉଛନ୍ତି। ଏହା ବହୁତ ଖରାପ ଏବଂ କର୍ମୀଙ୍କ ପ୍ରତି ଅନ୍ୟାୟ ବୋଲି ଗଡକରୀ କହିଛନ୍ତି।