January 7, 2026

୪ରୁ ସମ୍ବଲପୁର ଲୋକ ମହୋତ୍ସବ

1 min read

ସମ୍ବଲପୁର: ଓଡ଼ିଶା ସରକାରଙ୍କ ଭଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲା ସଂସ୍କୃତି ପରିଷଦ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଲୋକ ମହୋତ୍ସବ-୨୦୨୬ ଚଳିତ ମାସ ୪ରୁ ୬ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଅଇଁଠାପାଲି ପିଏଚ୍‌ଡି ପଡିଆରେ ହେବ। ମହୋତ୍ସବ ସକାଶେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ା ଏହା ଜାତୀୟ, ରାଜ୍ୟ ଓ ସ୍ଥାନୀୟ କଳାକାରଙ୍କ ମହାକୁମ୍ଭ।

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର କଳାକାରମାନେ ନିଜ ଅଞ୍ଚଳର କଳାନୈପୁଣ୍ୟ ପ୍ରଦର୍ଶନ କରିବେ। ଏଥିସହ ନୃତ୍ୟ, ଗୀତ ଓ ବାଦ୍ୟକୁ ନେଇ ଆଲୋଚନ ମାଧ୍ୟମରେ ଭାବ ଆଦାନ ପ୍ରଦାନ କରିପାରିବେ ା ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଜାନୁୟାରୀ ୭ ଓ ୮ ତାରିଖ ୟୁଥ ଫେଷ୍ଟିଭାଲ ଆୟୋଜିତ ହେବ। ଏଥିରେ ବିଶିଷ୍ଟ ଚଳଚ୍ଚିତ୍ର ଗାୟକ ସୁଖବିନ୍ଦର ସିଂ ଓ ଦଳ ସଙ୍ଗୀତ ପରିବେଷଣ କରି ଯୁବକଙ୍କୁ ଆକୃଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବଲପୁର ମହୋତ୍ସବ ସକାଶେ ପ୍ରାୟ ୧କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ସ୍ଥିର ହୋଇଛି। ଏଥିରେ ୨ଶହଟି ଷ୍ଟଲ ରହିବ ବୋଲି ସମ୍ବଲପୁର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ଅଶୋକ ଭୋଇ ସୂଚନା ଦେଇଛନ୍ତି।