January 24, 2026

ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ବୁଧବାର ସବ୍ୟସାଚୀ ମଲ୍ଲ ଦାୟିତ୍ୱ ଗ୍ରହଣ

1 min read

ଛତ୍ରପୁର: ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ବୁଧବାର ସବ୍ୟସାଚୀ ମଲ୍ଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଗଞ୍ଜାମ ପୋଲିସ ଜିଲାର ଚମାଖଣ୍ଡି ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ତାଙ୍କର ଛତ୍ରପୁର ଥାନାକୁ ବଦଳି ହୋଇଥିଲା। ମଲ୍ଲ ଆଜି ଛତ୍ରପୁର ଥାନା ଅଧିକାରୀ ଭାବେ ନିଜ ଦାୟିତ୍ୱ ଗ୍ରହଣ କରିବା ପରେ ଥାନାର ସମସ୍ତ କର୍ମଚାରୀ, ସହରର ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ। ଛତ୍ରପୁର ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସ୍ବତନ୍ତ୍ର ଦୃଷ୍ଟି ସହ ଟ୍ରାଫିକ୍‌ ସମସ୍ୟାକୁ ଗୁରୁତ୍ୱ ଦେବେ। ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବା ସହ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି ପାଳନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ନୂଆ ଥାନା ଅଧିକାରୀ। ଏହା ପୂର୍ବରୁ ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲାର ବିଭିନ୍ନ ଥାନାରେ ମଲ୍ଲ ନିଜର କାର୍ଯ୍ୟ ସୂଚାରୁ ରୂପେ ତୁଲାଇଛନ୍ତି। ଏହା ସହିତ ସେ ଜଣେ ଦକ୍ଷ ଓ ଶ୍ରେଷ୍ଠ ଅଫିସର ଭାବେ ମଧ୍ୟ ସମ୍ମାନିତ ହୋଇଥିବା ସୂଚନା ମିଳିଛି।