March 31, 2026

ରିଲାଏନ୍ସ ଡିଜିଟାଲ୍‌ର ଉତ୍କଳ ଦିବସ ଅଫର

1 min read

ଭୁବନେଶ୍ବର: ରିଲାଏନ୍ସ ଡିଜିଟାଲ୍‌ର ବାପୁଜୀ ନଗରସ୍ଥିତ ସୋରୁମ୍‌ରେ ଉତ୍କଳ ଦିବସ ଉତ୍ସବ ଅଫର ଘୋଷଣା କରାଯାଇଛି। ଏହି ଅବସରରେ କମ୍ପାନିର ଓଡ଼ିଶା କ୍ଲଷ୍ଟର ମୁଖ୍ୟ ବିଶ୍ବଜିତ ସାହୁ, ମାର୍କେଟିଂ ପ୍ରବନ୍ଧକ ପଲକ କୁମାର ସାହୁ, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର୍‌ କ୍ରିଷ୍ଣା ରାଉତ ଉପସ୍ଥିତ ଥିଲେ। ଏହି ଅଫରରେ ଗ୍ରାହକମାନେ ରିଲାଏନ୍ସ ଡିଜିଟାଲ୍‌ରେ କିଣାକିଣି ବେଳେ ଅଗ୍ରଣୀ ବ୍ୟାଙ୍କର କାର୍ଡ ଉପରେ ୨୬ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଓ କାଗଜପତ୍ର ଫାଇନାନ୍ସ ବିକଳ୍ପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ପାଇପାରିବେ। ଚଳିତ ମାସ ୨୮ରୁ ଏପ୍ରିଲ୍‌ ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଫରରେ ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ମେଗା କମ୍ବୋ ଡିଲ୍‌ ପ୍ରଦାନ କରାଯାଉଛି। କେତେକ ନିର୍ଦ୍ଦିଷ୍ଟ ଏସି ଉପରେ କମ୍ପାନି ମାଗଣାରେ କ୍ୟୁଏଲ୍‌ଇଡି ଟିଭି ଓ କିଛି ଫ୍ରଣ୍ଟ୍‌ ଲୋଡିଂ ୱାସିଂ ମେସିନ୍‌ ମଡେଲ୍‌ ଉପରେ ମାଗଣାରେ ଟିଭି ପ୍ରଦାନ କରୁଛି। ଏହା ବ୍ୟତୀତ ଆକର୍ଷଣୀୟ ଏକ୍ସଚେଞ୍ଜ ଅଫର, ଶୀଘ୍ର ଡେଲିଭରି ଓ ସ୍ଥାପନା ସୁବିଧା ରହିଛି। ରିଲାଏନ୍ସ ଡିଜିଟାଲ୍‌ରୁ ଗ୍ରାହକମାନେ ଟିଭି, ଫ୍ରିଜ୍‌, ୱାସିଂ ମେସିନ,ଏସି ଓ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ଜିନିଷ କିଣିପାରିବେ।