March 27, 2025

ଅନ୍ତିମ ବିଦାୟ ନେଲେ ରତନ ଟାଟା

1 min read

ମୁମ୍ବାଇ: ଅନ୍ତିମ ବିଦାୟ ନେଇଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା। ମୁମ୍ବାଇଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପାର୍ସୀ ରୀତିନୀତିରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୋଇଛି।

ପାର୍ସୀ ସମ୍ପ୍ରଦାୟରେ କୌଣସି ବ୍ୟକ୍ତିଙ୍କର ଦେହାନ୍ତ ହେବା ପରେ ମରଶରୀରକୁ ପୋତା ଯାଏ ନାହିଁ କିମ୍ବା ପାଡ଼ା ଯାଏ ନାହିଁ। ଚିଲ, ଶାଗୁଣା ଖାଇବା ଉଦ୍ଦେଶ୍ୟରେ ଶବ ରଖାଯାଇଥାଏ। ଚିଲ-ଶାଗୁଣାଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବର୍ତ୍ତମାନ ପାର୍ସୀ ସମ୍ପ୍ରଦାୟ ଇଲେକ୍ଟ୍ରିକ ଚୁଲାରେ ମରଶରୀର ପୋଡ଼ିବାର ପରମ୍ପରାକୁ ଆପଣେଇଛନ୍ତି। ଏହି ପରମ୍ପରାକୁ ‘ଦଖମା’ ବୋଲି କୁହାଯାଏ। ପାର୍ସୀ ପରମ୍ପରା ଅନୁଯାୟୀ ରତନ ଟାଟାଙ୍କ ମରଶରୀରକୁ ଗାଧୋଇବା ପରେ ନୂଆ ବସ୍ତ୍ର ପିନ୍ଧାଇ ଦିଆଯାଇଥିଲା। ଏହା ପରେ ଇଲେକ୍ଟ୍ରିକ ଚୁଲା ସହାୟତାରେ ଦାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

ବୁଧବାର ରାତିରେ ରତନ ଟାଟାଙ୍କର ଦେହାନ୍ତ ହୋଇଥିଲା। ମୁମ୍ବାଇସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ରତନ ଟାଟାଙ୍କ ପାର୍ଥିବ ଶରୀରକୁ ଦକ୍ଷିଣ ମୁମ୍ବାଇର ନରିମାନ ପଏଣ୍ଟରେ ଥିବା ନାସନାଲ ସେଣ୍ଟର୍ ଫର୍ ପର୍ଫମିଂ ଆର୍ଟ (ଏନସିପିଏ) ଠାରେ ରଖାଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ମୁମ୍ବାଇର ୱର୍ଲି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲେ।