ଭିଜିଲାନ୍ସ ହାତରେ ବନ୍ଧା ହେଲେ ରାଣିମୁଣ୍ଡା ସରପଞ୍ଚ
1 min read
ନୂଆପଡା: ନୂଆପଡା ଜ଼ିଲା ଖରିଆର ବ୍ଲକ ରାଣିମୁଣ୍ଡା ପଞ୍ଚାୟତ ସରପଞ୍ଚ ଓ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକ୍ରବାର ରାତିରେ ଭିଜିଲାନ୍ସ ହାତରେ ବନ୍ଧା ହୋଇ ଜେଲ ଯିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ରାଣୀମୁଣ୍ଡା ପଞ୍ଚାୟତ ସରପଞ୍ଚ ତୁକାରମ ହିଆଲ ଓ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ତଥା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭିଶ୍ମରାଜ ମେହେର l ବିଭିନ୍ନ ଦୁର୍ନୀତି ଅଭିଯୋଗକୁ ତଦନ୍ତ କରି କୋରାପୁଟ ଭିଜିଲାନ୍ସ କେଶ ନମ୍ବର ୧୫/୨୦୨୫ରେ ଏକ ମାମଲା ରୁଜୁ କରି ଦୁଇଜଣଙ୍କୁ ଗିରଫ କରି ଅଭିଯୁକ୍ତଙ୍କୁ ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହଜାର କରିଛି l ୨୦୨୨-୨୩ ଓ ୨୦୨୩-୨୪ ୧୫ତମ ସିଏଫସି ଓ ୧୬ତମ ଏସଏଫସି ଅର୍ଥକୁ କାମ ନ କରି ହେରଫେର ଅଭିଯୋଗରେ ଦୁଇ ଜଣକୁ ଗିରଫ କରିଛି। ୧୪ ଲକ୍ଷ ୨୪ ହଜାର ୭୨୨ ଟଙ୍କାର ହେରଫେର ହୋଇଥିବା ସୂଚନା ମିଳିଛି। ଗିରଫ ପରେ କଳାହାଣ୍ଡି ଭିଜିଲାନ୍ସ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।