ରାଜ୍ୟର ବିଭିନ୍ନ ସ୍ଥାନରେ ରେଳରୋକ
1 min read
ଭୁବନେଶ୍ୱର : ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ସଂରକ୍ଷଣ ବଚାଓ ସଂଘର୍ଷ ସମିତି । ସୁପ୍ରିମକୋର୍ଟର ସଂରକ୍ଷଣ ରାୟକୁ ବିରୋଧ କରି ଅଗଷ୍ଟ ୨୧ରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ଅଖ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ ସମ୍ବଲପୁର ଷ୍ଟେସନରେ ଦୁଇଟି ଟ୍ରେନକୁ ଅଟକ ରଖିଥିଲେ ଆନ୍ଦୋଳନକାରୀ। ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଛନ୍ତି ଆନ୍ଦୋଳନକାର। ପାଖାପାଖି ଏକ ଘଣ୍ଟା ଟ୍ରେନ୍ ଅଟକିବା ପରେ ଟ୍ରେନ୍ଛା ଡିଥିଲା। ସେହିପରି କଟକ ବସଷ୍ଟାଣ୍ଡରୁ ବସ୍ ଗଡୁନି। ଏହାସହ ବଲାଙ୍ଗୀର, କେନ୍ଦୁଝର, ସୁନ୍ଦରଗଡ଼ ଆଦି ସ୍ଥାନରେ ଆନ୍ଦୋଳନକାରୀ ପିକେଟିଂ କରି ଆନ୍ଦୋଳନ ଚଳାଇଛନ୍ତି। ରାସ୍ତାଘାଟରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ପିକେଟିଂ କରାଯାଉଛି । ତେବେ ଏହି ବନ୍ଦ ସମୟରେ ହସ୍ପିଟାଲ, ଆମ୍ବୁଲାନ୍ସ ସେବା, ସରକାରୀ ସେବା ଗୁଡିକ ଜାରି ରହିବ। ଏହା ସହ ସରକାରୀ ସହ ଘରୋଇ ସଂସ୍ଥା, ବ୍ୟାଙ୍କ, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ଖୋଲା ରହିବ। ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ବିଭିନ୍ନ ଦଳିତ ଓ ଆଦିବାସୀ ସଂଗଠନ ବନ୍ଦ ପାଳନ କରୁଛନ୍ତି । ସେପଟେ ବଲାଙ୍ଗିର ସହରରେ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପିକେଟିଂ କରାଯାଇଛି। ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ସ୍ଲୋଗାନ୍ ଦେଇ ପ୍ରତିବାଦ ଆରମ୍ଭ କରିଛନ୍ତିଆନ୍ଦୋଳନକାରୀ।