January 24, 2026

ଦଶମ ପାସ୍‌ ପିଲାଙ୍କ ପାଇଁ ରେଲଓ୍ବେରେ ନିଯୁକ୍ତି

1 min read

ନୂଆଦିଲ୍ଲୀ: ଯେଉଁମାନେ ରେଳବାଇରେ ଚାକିରି ପାଇଁ ସ୍ବପ୍ନ ଦେଖୁଛନ୍ତି,ତାଙ୍କ ପାଇଁ ଖୁସି ଖବର ଆସିଛି। ଦଶମ ଏବଂ ଆଇଟିଆଇ ପାସ ଯୁବକମାନଙ୍କ ପାଇଁ ଦକ୍ଷିଣ କେନ୍ଦ୍ରୀୟ ରେଳ ଏକ ଭଲ ସୁଯୋଗ ଆଣିଛି। ଆପ୍ରେଣ୍ଟିସିପର ବମ୍ପର ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ ରେଳବାଇ ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପ୍ରାର୍ଥୀମାନେ ୨୭ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇରେ ମୋଟ ୪୨୩୨ ଆପ୍ରେଣ୍ଟିସିପ ପଦବୀ ନିଯୁକ୍ତ ହେବ । ପ୍ରାର୍ଥୀମାନେ ଧାର୍ଯ୍ୟ ତାରିଖ ମଧ୍ୟରେ ନିଯୁକ୍ତି ପାଇଁ ଆବେଦନ କରିବା ଉଚିତ୍‌। ଶେଷ ତାରିଖ ପରେ ପ୍ରାର୍ଥୀମାନେ ଆବେଦନ କରିବାର ସୁଯୋଗ ପାଇବେ ନାହିଁ । ଆବେଦନକାରୀ ପ୍ରାର୍ଥୀ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ଶ୍ରେଣୀ ପାସ କରିଥିବା ଆବଶ୍ୟକ। ଏଥିସହ ତାଙ୍କ ପାଖେ ITI ସାର୍ଟିଫିକେଟ ଥିବା ଆବଶ୍ୟକ ।
ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ଏବଂ ସର୍ବାଧିକ ବୟସ ୨୪ ବର୍ଷ ରହିଛି।