ଝାରସୁଗୁଡାରେ ପହଞ୍ଚିଛନ୍ତି ରାହୁଲ
1 min read
ବଲାଙ୍ଗୀର: ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଝାରସୁଗୁଡାରେ ପହଞ୍ଚିଛନ୍ତି ରାହୁଲ । ବର୍ତ୍ତମାନ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଛନ୍ତି। ଦିନ ୧୧ଟା ୪୫ରୁ ୧୨ଟା ୪୫ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବଲାଙ୍ଗୀରରେ କାର୍ଯ୍ୟକ୍ରମ ହୋଇଯାଇଛି |ଓଡ଼ିଶାର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସାଲେପୁରରେ ବର୍ଷିଥିଲେ, ହେଲେ ବଲାଙ୍ଗୀରରେ ପଦଟିଏ ବି କହିନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।
ରାହୁଲଙ୍କର ଏଭଳି ଆଭିମୁଖ୍ୟ କେବଳ ଦଳୀୟ ନେତାଙ୍କୁ ନିରାଶ କରିଛି, ତା ନୁହେଁ ବରଂ ଏହା ଦଳର ପ୍ରାର୍ଥୀମାନଙ୍କୁ ନିର୍ବାଚନ ଜିତିବାରେ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।ବଲାଙ୍ଗୀରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗ ଦେଇଛନ୍ତି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ। ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ରାହୁଲ। ବିପୁଳ ପରିମାଣରେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟ କରିବାକୁ ଆହ୍ୱାନ ଦେଇଛନ୍ତି। ଜନସାଧାରଣଙ୍କୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାହୁଲ। ପ୍ରଥମ ଥର କୌଣସି ଦଳ କହିଛି ସମ୍ବିଧାନ ବଦଳାଇବ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବେନି।
ବଲାଙ୍ଗୀରରେ ଆୟୋଜିତ ଦଳୀୟ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଜୁନ୍ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ। ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। କେନ୍ଦ୍ର ସରକାର ୨୨ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଦେଇଛନ୍ତି। ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି, ସେଥିରୁ ୩ ଦଳିତ। ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ।