କଂଗ୍ରେସ ବିଧାୟକଙ୍କ ଗୃହ ବାହାରେ ଧାରଣା , ୧୨ଟା ଯାଏ ଗୃହ ମୁଲତବୀ
1 min read
ଭୁବନେଶ୍ବର: ଶୁକ୍ରବାରଠାରୁ ରାଜ୍ୟ ବିଧାନସଭାର ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଛନ୍ତି। ସେମାନେ ରାଜ୍ୟରେ ମହିଳା ନିର୍ଯାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣି ଏହାର ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ଏହାଛଡ଼ା ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଣେ ବିରୋଧୀ ବିଜେଡି ବିଧାୟକମାନେ ବିଜୁ ପଟ୍ଟନୟକଙ୍କୁ ଚରମ ଅପମାନିତ କରାଯିବା ପ୍ରତିବାଦରେ ପ୍ରବଳ ହଟ୍ଟଗୋଳ କରାଯାଇଛି। ବିରୋଧୀ ବିଜେଡି ଉଠାଇଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗ | କାହିଁକି ରାଜ୍ୟସ୍ତରୀୟ ପଂଚାୟତିରାଜ ଦିବସକୁ ବିଜୁ ଜୟନ୍ତୀ ଦିନରୁ ବାତିଲ କରାଗଲା, ସେ ନେଇ ବିଜେଡି ପ୍ରଶ୍ନ କରିଛି | ଅନ୍ୟପଟେ ବିଧାନସଭାରେ କଂଗ୍ରେସ ଉଠାଇଛି ମହିଳା ସୁରକ୍ଷା ପ୍ରସଙ୍ଗ। ଗୃହ ମଧ୍ୟ ଭାଗରେ ଉଭୟ ଦଳର ସଦସ୍ୟମାନେ ପ୍ରତିବାଦ କରିବାରୁ ବାଧ୍ୟହୋଇ ବାଚସ୍ପତି ସୁରମା ପାଢ଼ୀ ଦିନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।