January 21, 2025

୧୪ ରୁ ନର୍ସିଂ କର୍ମଚାରୀଙ୍କ ପ୍ରତିବାଦ

1 min read

ଭୁବନେଶ୍ୱର : ଆସନ୍ତା ୧୪ ତାରିଖରୁ ମୁହଁରେ କଳାପଟି ବାନ୍ଧି ରାଜ୍ୟବ୍ୟାପୀ ପ୍ରତିବାଦ କରିବେ ନର୍ସିଂ ଅଫିସର । ୭ ଦିନ ବ୍ୟାପି ଚାଲିବ ଏହି ପ୍ରତିବାଦ । ୨୧ ତାରିଖରୁ ରୋଗୀସେବାରେ ବାଧା ନଦେଇ ଆନ୍ଦୋଳନ କରିବା ନିମନ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛନ୍ତି। ଏହାପରେ ରାଜ୍ୟ ସରକାର ଦାବି ପୁରାଣ ଦିଗରେ ଆବଶ୍ୟକ ପଦକ୍ଷେପ ନନେଲେ ୨୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳବ୍ୟପୀ କାର୍ଯ୍ୟବନ୍ଦ କରିବାନେଇ ଓଡିଶା ନର୍ସିଂ କର୍ମଚାରୀ ସଂଘ ଚେତାବନୀ ଦେଇଛି ।

ସଂଘର ସଦ୍ଚରଂ ସମ୍ପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି,ରାଜ୍ୟରେ ନର୍ସିଂ ଅଧିକାରୀଙ୍କୁ ଉପେକ୍ଷା କରାଯାଉଛି। ପୁରୁଣା ସରକାରଙ୍କୁ ଗୁହାରି କରିଥିଲେ ସେ ଶୁଣିଲେନି, ନୂଆ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ବାରମ୍ବାର ଦାବି ଜଣାଇବା ପରେ ସମସ୍ୟାର ସମାଧାନ ହେଲାନାହିଁ। ତେଣୁ ଦାବି ପୂରଣ ପାଇଁ ବିକଳ୍ପ ପନ୍ଥା ଗ୍ରହଣ କରିବେ ନର୍ସିଂ ଅଧିକାରୀ। ଆସନ୍ତା ୧୪ ତାରିଖରୁ ରାଜ୍ୟର ସମସ୍ତ ନର୍ସିଂ ଅଧିକାରୀ କଳା ବ୍ୟାଜ୍ ପରିଧାନ କରିବା ସହିତ ଯଦି ରାଜ୍ୟ ସରକାର ଦାବିଗୁଡିକ ଉପରେ ଦୃଷ୍ଟି ନଦିଅନ୍ତି ତେବେ ଆସନ୍ତା ୨୭ ତାରିଖରୁ ଅନିର୍ଦିଷ୍ଟ ସମୟ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଓଡିଶା ନର୍ସିଂ ସାଧାରଣ ପରିଷଦ ବୈଠକରେ ନର୍ସିଂ ଅଧିକାରୀମାନଙ୍କ ୧୦ ଦଫା ଦାବି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବିଶେଷ କରି ୪୦ ବର୍ଷ ପୂର୍ବରୁ ତିଆରି ହୋଇଥିବା ସଂଘର ପୁରୁଣା ସମ୍ବିଧାନରେ ଥିବା ବିଭିନ୍ନ ନିୟମଗୁଡିକୁ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ହୋଇଛି। ୧୩ ପୂର୍ବରୁ ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରି ଅବଧିକୁ ମୂଳ ଚାକିରିରେ ମିଶାଇବା, ନର୍ସିଂ ଅଧିକାରୀଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦେବା, ଡ୍ରେସ୍ କୋଡ଼ ପରିବର୍ତ୍ତନ କରିବା ଏବଂ ନର୍ସିଂ ଅଧିକାରୀଙ୍କ ଛୁଟି ବାବଦରେ ଥିବା ଅସଙ୍ଗତିକୁ ଦୂର କରିବା ଆଦି ରହିଛି।

Leave a Reply

Your email address will not be published. Required fields are marked *