July 26, 2024

ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌‌ ଶୋ

1 min read

ପୁରୀ: ପୁରୀ ସମେତ ୬ଟି ଲୋକସଭା ଆସନରେ ୩ୟ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଗସ୍ତରେ ଆସି ଗତ ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୋଦୀ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ଗୁରୁମନ୍ତ୍ର ଦେଇଥିଲେ। ଭୋଟ ସମୟରେ ବୁଥଗୁଡ଼ିକୁ ଜଗିବା ସହିତ ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ଦଳୀୟ ନେତା ଏବଂ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜଭବନରେ ରାତ୍ରିଯାପନ କରିବା ପରେ ସକାଳୁ ପୁରୀ ଯାଇପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଥିଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହା ପରେ ରୋଡ୍‌‌ ଶୋ’ କରିଥିଲେ। । ମରିଚୀକୋଟ ଛକରୁ ରୋଡ୍‌‌ ଶୋ’ରେ ପ୍ରଧାନମନ୍ତ୍ରୀ ବାହାରିଥିଲେ। ଏଥିରେ ବିଶାଳ ଜନସମାବେଶ ଦେଖିବାକୁ ମିଳିଥିଲା। ପ୍ରଧାମନ୍ତ୍ରୀ ଏକ ଖୋଲା ଗାଡ଼ିରେ ଛିଡ଼ା ହୋଇ ଜନସାଧାରଣଙ୍କ ଅଭିଭାଦନ ଗ୍ରହଣ କରିଥିଲେ। ଦୁଇପାର୍ଶ୍ବରେ ହଜାର ହଜାର ଲୋକ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ରୋଡ୍‌‌ ଶୋ ମରିଚୀକୋଟ ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଯାଇଥିଲା।

ରୋଡ୍‌‌ ଶୋ’ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ। ଏହା ସହିତ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ସାମିଲ ହୋଇଥିଲା। ସୂଚନାଯୋଗ୍ୟ, ଏହି ସମୟରେ ତାଙ୍କ ସହ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡ. ସମ୍ବିତ ପାତ୍ର ଉପସ୍ଥିତ ରହିଛନ୍ତି।ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହା ସହିତ ଅନ୍ୟ ରାସ୍ତାଗୁଡ଼ିକରେ ଯେପରି ଟ୍ରାଫିକ ସମସ୍ୟା ନ ହୁଏ ସେଥିପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେ ପୁରୀ ଲୋକ ସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ତାଙ୍କର ଏକ ଝଲକ ପାଇବାକୁ ବଡ଼ଦାଣ୍ଡରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଏହି ଅବସରରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାପରେ ସେ ଅନୁଗୋଳ ଏବଂ କଟକଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। ଏହାପରେ ସେ ଫେରିଯିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *