July 27, 2024

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡାରେ ଆୟୋଜିତ ବିଶାଳ ଜନସଭାରେ ଉଦ୍ବୋଧନ ଦେଇଛନ୍ତି

1 min read

ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଧବାର ଦିନ ଓଡିଶାର ମୟୁରଭଂଜ, ବାଲେଶ୍ୱର ଓ କେନ୍ଦ୍ରାପଡାରେ ଆୟୋଜିତ ବିଶାଳ ଜନସଭା ଗୁଡିକୁ ସମ୍ବୋଧିତ କରି ରତ୍ନଭଣ୍ଡାର ପରିଚାଳନାରେ ଅପାରଦର୍ଶିତା, ଦୁର୍ନୀତି ସହିତ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ନାମ ବଦଳାଇ ରାଜ୍ୟରେ ଲାଗୁ କରୁଥିବାରୁ ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ। ଏହା ସହିତ ସେ ମୋଦୀ ସରକାର ଦ୍ୱାରା କରାଯାଇଥିବା ଜନ କଲ୍ୟାଣକାରୀ କାର୍ଯ୍ୟ ଗୁଡିକ ସମ୍ପର୍କରେ ଆଲୋକପାତ କରି ଏହି କାର୍ଯ୍ୟକ୍ରମ ଗୁଡିକରେ କେନ୍ଦ୍ରାପଡାରୁ ବିଜେପି ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବାଲେଶ୍ୱରର ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମୟୁରଭଂଜର ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ତଥା ବିଧାନସଭା ପ୍ରାର୍ଥୀ ଓ ପାର୍ଟୀର ବରିଷ୍ଠ ନେତା ତଥା ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
ମୋଦି କହିଛନ୍ତି, 5 ଦଶନ୍ଧି ପରେ ଲଗତାର ତୃତୀୟ ଥର ପାଇଁ ଦେଶରେ ପୂର୍ଣ୍ଣ ବହୁମତର ସରକାର ଗଠନ ହେବାକୁ ଯାଉଛି । ଓଡିଶାରେ ମଧ୍ୟ ବିଜେପିର ପୂର୍ଣ ସଂଖ୍ୟା ଗରିଷ୍ଠତାର ସରକାର ଗଠନ ହେବାକୁ ଯାଉଛି । ଆଜି ସାରା ଓଡିଶାରୁ ଗୋଟିଏ ସ୍ୱର ଆସୁଛି | ଓଡିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡିଆ ହେବେ। ଓଡିଶାର କୋଣ ଅନୁକୋଣରେ ଗୋଟିଏ କଥା ଶୁଣା ଯାଉଛି ଯେ, ଓଡିଶାର ଜନସାଧାରଣଙ୍କୁ ମୋଦୀର ଗ୍ୟାରେଂଟି ଦରକାର । ଜୁନ ୧୦ ତାରିଖ ଦିନ ବିଜେପିର ମୁଖ୍ୟମନ୍ତ୍ରୀ ଓଡିଶାରେ ଶପଥ ଗ୍ରହଣ କରିବ, ଯିଏ ଏହି ମାଟିରେ ବଢି ଥିବ, ଏଠିକାର ବ୍ୟକ୍ତି ହୋଇଥିବ। ଓଡିଶା ବିଜେଡିର ୨୫ ବର୍ଷର ଶାସନ ଉପରେ ପୂର୍ଣଚ୍ଛେଦ ଲଗାଇବାକୁ ନିଷ୍ପତି ନେଇ ସାରିଛି । ଓଡିଶା ଭାରତକୁ ବିକଶିତ କରିବାକୁ ଭୋଟ ଦେଇଛି, ଦୁର୍ନୀତିଗ୍ରସ୍ତ ଶାସନକୁ ହଟାଇବା ପାଇଁ ଭୋଟ ଦେଇଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଆଶଙ୍କାକୁ ହଟାଇବାକୁ ଭୋଟ ଦେଇଛି ।

ନବୀବ ବାବୁଙ୍କ ଶୁଭଚିନ୍ତକ ମାନେ ଚିନ୍ତାରେ ଅଛନ୍ତି ଯେ, ଗତ ଏକ ବର୍ଷରେ ଅଚାନକ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇ ଯାଇଛି । ନବୀବ ବାବୁଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କଣ କିଛି ଷଡଯନ୍ତ୍ର ରହିଛି ? ନବୀନ ବାବୁଙ୍କ ନାମରେ ପର୍ଦା ପଛରେ ରହି କ୍ଷମତା ଭୋଗ କରୁଥିବା ସେହି ଲବିର ହାତ ଏଥିରେ ନାହିଁ ତ ? ଏହି ରହସ୍ୟ ଉପରୁ ପରଦା ଉଠିବା ଜରୁରୀ । ଏହାର ଯାଂଚ ହେବା ଜରୁରୀ ।ଲୋକ ମାନେ କହୁଛନ୍ତି ଯେ, ଓଡିଶାରୁ ଲୁଂଠନ କରାଯାଉଥିବା ଅର୍ଥ ବିଦେଶକୁ ଯାଉଛି । ଲୁଟର ଅର୍ଥକୁ କେଉଁ ଠାରେ ହେଲେ ଲୁଚାଇ ଦିଅନ୍ତୁ, ମୋଦୀ ଗୋଟିଏ ଗୋଟିଏ ପଇସାର ହିସାବ ବାହାର କରିବ ଓ ତାକୁ ଫେରାଇ ଆଣିବ । ଲୁଟ କରିଥିବା ଲୋକ ମାନେ ସାରା ଜୀବନ ଜେଲର ରୁଟି ଖାଇବେ, ଏହା ହେଉଛି ମୋଦୀର ଗାରଂଟି । ମୋଦୀର ଗ୍ୟାରେଂଟି ଶତ ପ୍ରତିଶତ ଲୋକ ମାନଙ୍କ ନିକଟକୁ ପହଂଚି ଥାଏ ।

ଓଡିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ । ଓଡିଶାର ଲୋକ ମାନେ ଏଇଥି ପାଇଁ ଗରୀବ ଯେ ଏଠାରେ ପ୍ରଥମେ କଂଗ୍ରେସର ନେତା ମାନେ ଲୁଟିଲେ ଓ ପରେ ୨୫ ବର୍ଷ ବିଜେଡିର ନେତା ମାନେ ଲୁଟୁଛନ୍ତି । ଓଡିଶାର ଜନ ସାଧାରଣ ଜାଣିଛନ୍ତି ଯେ ବିଜେଡିକୁ ଭୋଟ ଦେବାର ଅର୍ଥ ହେଉଛି ନିଜର ଭୋଟ ବରବାଦ କରିବା । ସେମାନଙ୍କୁ ଏବେ ବିଜେଡି ଉପରେ ବିଶ୍ୱାସ ନାହିଁ । କେହି କେବେ ଭାବି ନ ଥିଲେ ଯେ ଜାମ୍ମୁ କାଶ୍ମୀରରେ କେବେ ଶାନ୍ତି ଆସିବ । ଆମେ ୩୭୦ର ପ୍ରାଚୀରକୁ ହଟାଇଲୁ ଏବଂ ଆଜି ସେଠାରେ ରେକର୍ଡ ମତଦାନ ହେଉଛି । କୋଟି କୋଟି ରାମ ଭକ୍ତ ଓ ରାମ କାଜ ସହ ଜଡିତ କରସେବକ ଅଯୋଧ୍ୟାରେ ରାମ ମନ୍ଦିରର ଆଶା ଛାଡି ଦେଇଥିଲେ । ଆଜି 5 ଶହ ବର୍ଷର ପ୍ରତୀକ୍ଷା ଶେଷ ହୋଇ ସାରିଛି । ଆମର ରାମଲଲା ଟେଂଟରୁ ବାହାରି ଭବ୍ୟ ମନ୍ଦିରରେ ବିରାଜମାନ ହୋଇଛନ୍ତି।
ପ୍ରଥମେ ଲୋକ ମାନଙ୍କୁ ଲାଗୁଥିଲା ଯେ ଦୁର୍ନୀତିକୁ ରୋକିବା ଅସମ୍ଭବ । ଦଶ ବର୍ଷ ମଧ୍ୟରେ ଆମେ ବିନା ଦୁର୍ନୀତିର ସରକାର ଦେଇଛୁ । ପୂର୍ବରୁ ଏଭଳି ଲାଗୁଥିଲା ଯେ ଆତଙ୍କବାଦକୁ ରୋକା ଯାଇ ପାରିବ ନାହିଁ । ଆମେ ଆତଙ୍କବାଦର ଲଗାମକୁ ଟାଣି ଦେଖାଇଲୁ ।

ଗତ ପାଂଚ ବର୍ଷରେ ଯେଉଁ ବିକାଶ ହୋଇଛି ତାହା କେବଳ ଟ୍ରେଲର । ଆଗାମୀ ପାଂଚ ବର୍ଷ ଭାରତର ବିକାଶ ପାଇଁ ଅଭୂତପୂର୍ବ ହେବ। ଆଗାମୀ ପାଂଚ ବର୍ଷରେ ଭାରତ ସାରା ବିଶ୍ୱରେ ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି । ଅନେକ କ୍ଷେତ୍ରରେ ଭାରତ ଆତ୍ମ ନିର୍ଭର ହେଉଥିବା ଆମେ ଦେଖିବା । ଖୁବ ଭଲ ହାଇୱେ – ଏକ୍ସପ୍ରେସ ୱେ ଓ ରେଳୱେର କାୟାକଳ୍ପ ହେବା ମଧ୍ୟ ଦେଖିବା ଲୋକେ ଯେଉଁ ବିକାଶ ଦଶନ୍ଧି ଯାଏ ଦେଖିନଥିଲେ ସେହି ବିକାଶ ଗତ 10 ବର୍ଷରେ ଦେଖିବାକୁ ମିଳୁଛି । 2014ରେ ଭାରତ ବିଶ୍ୱର 11ତମ ବଡ ଅର୍ଥବ୍ୟବସ୍ଥା ଥିଲା, କିନ୍ତୁ ଆଜି ଭାରତ ବିଶ୍ୱର 5ମ ବଡ ଆର୍ଥିକ ଶକ୍ତି ପାଲଟିଛି । 10 ବର୍ଷ ପୂର୍ବରୁ ଦେଶରେ ସ୍ୱଚ୍ଛତାର ସୀମା ମାତ୍ର 40 ପ୍ରତିଶତ ଥିଲା, କିନ୍ତୁ ଆଜି ଆମେ ଶହେ ପ୍ରତିଶତ ଲକ୍ଷ୍ୟରେ ପହଂଚିବାକୁ ଯାଉଛୁ । 10 ବର୍ଷ ପୂର୍ବରୁ ପ୍ରାୟ ଅଧା ଦେଶବାସୀଙ୍କୁ ହିଁ ଏଲପିଜିର ସୁବିଧା ଉପଲବ୍ଧ ଥିଲା, ଆଜି ପ୍ରାୟ ଶହେ ପ୍ରତିଶତ ଘରେ ମହିଳାଙ୍କୁ ବିଷାକ୍ତ ଧୂଆଁରୁ ମୁକ୍ତି ମିଳିସାରିଛି । 2014 ଯାଏ ଦେଶର ପ୍ରାୟ 75 ପ୍ରତିଶତ ଗ୍ରାମାଂଚଳର ଘରକୁ ନଳ ଯୋଗେ ଜଳର ସୁବିଧା ଉପଲବ୍ଧ ହେଉନଥିଲା, କିନ୍ତୁ ଆଜି ପ୍ରାୟ 75 ପ୍ରତିଶତ ଘରକୁ ନଳ ଯୋଗେ ଜଳ ପହଂଚାଯାଉଛି । ମୋଦି ଦେଶବାସୀଙ୍କୁ ମାଗଣା ଶସ୍ୟ ପ୍ରଦାନ କରିଛନ୍ତି ଏବଂ ଆଗାମୀ 5ବର୍ଷ ଯାଏ ଏହି ଯୋଜନା ଜାରି ରହିବ । ଏହି ସମସ୍ତ କାର୍ଯ୍ୟ କେବଳ ଟ୍ରେଲର ଅଟେ ।

ବିଜେପି ସରକାର ଗଠନ ହେବା ମାତ୍ରେ ଏଠାରେ ରେଳ କନେକ୍ଟିଭିଟି ପୂର୍ବ ଠାରୁ ଅଧିକ ଶକ୍ତିଶାଳୀ ହୋଇଯିବ କାରଣ ଆଗାମୀ ସମୟ ହେଉଛି ଓଡିଶାର ସମୟ ଓ ପୂର୍ବ ଭାରତର ସମୟ । ମୁଁ ଏଠାକାର ଜନ ସାଧାରମଙ୍କୁ ଲୋକସଭା ଓ ବିଧାନସଭାର ସମସ୍ତ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇ ସମସ୍ତ ପଦ୍ମ ବିଜେପିକୁ ଦେବା ପାଇଁ ଆଶୀର୍ବାଦ ମାଗିବାକୁ ଆସିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧାନସଭା ଓ ଲୋକସଭାର ସମସ୍ତ ପ୍ରାର୍ଥୀଙ୍କୁ ବିଜୟୀ କରାଇ ଓଡିଶା ଓ ଦେଶରେ ବିଜେପିର ସଂଖ୍ୟା ଗରିଷ୍ଠ ସରକାର ଗଠନ କରିବାକୁ ଅପିଲ କରିଛନ୍ତି

Leave a Reply

Your email address will not be published. Required fields are marked *