Categories

February 8, 2026

ମହାକୁମ୍ଭରେ ବେଆଇନ୍‌ ଉଡ଼ାଣ କରୁଥିବା ୯ଟି ଡ୍ରୋନକୁ ନିଷ୍କ୍ରିୟ କଲା ପୁଲିସ୍‌

1 min read

ପ୍ରୟାଗରାଜ: ପ୍ରୟାଗରାଜରେ ଆରମ୍ଭ ହୋଇ ଯାଇଥିବା ମହାକୁମ୍ଭ ୨୦୨୫ରେ ଉତ୍ତର ପ୍ରଦେଶ ପୁଲିସ ସୁରକ୍ଷାର ଏକ ନୂତନ ଦିଗ ଦେଖିବାକୁ ମିଳିଛି। ମହାକୁମ୍ଭରେ ବେଆଇନ୍‌ ଉଡ଼ାଣ କରୁଥିବା ୯ଟି ଡ୍ରୋନକୁ ନିଷ୍କ୍ରିୟ କରିଛି ପୁଲିସ୍‌।

ମହାକୁମ୍ଭ ସମୟରେ ଆକାଶ ମାର୍ଗରେ ଉଡୁଥିବା ଡ୍ରୋନ୍‌ଗୁଡ଼ିକ ଉପ‌ରେ ପୁଲିସ୍‌ର ନଜର ପଡ଼ିଥିଲା। ଏନେଇ ସୂଚନା ଦେଇ ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି ଯେ ଡ୍ରୋନ୍ ସାହାଯ୍ୟରେ ମହାକୁମ୍ଭମେଳାରେ ସୁରକ୍ଷାର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ସେ ଆହୁରି ବି କହିଛନ୍ତି ଯେ ମକର ସଂକ୍ରାନ୍ତି ଦିନ ଉତ୍ତର ପ୍ରଦେଶ ପୁଲିସ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପ୍ରଥମ ଅମୃତ ସ୍ନାନ ଉପରେ କଡ଼ା ନଜର ରଖିଥିଲା।

ୟୁପି ପୋଲିସର ସୁରକ୍ଷା ବିଭାଗ ମହାକୁମ୍ଭରେ ଚାରୋଟି ଟେଥର୍ଡ ଡ୍ରୋନ ନିୟୋଜିତ କରିଛି। ଟ୍ରାଫିକ୍ ପରିଚାଳନା ଉପରେ ନଜର ରଖିବା ପାଇଁ ଟ୍ରାଫିକ୍ ନିର୍ଦ୍ଦେଶାଳୟ ଦ୍ୱାରା ଏହି ଚାରୋଟି ଟିଥର୍ଡ ଡ୍ରୋନ୍ ନିୟୋଜିତ କରାଯାଇଥିବା ସୂଚନା ରହିଛି। ବିପଦ ଚିହ୍ନଟ କରିବା ପାଇଁ ୟୁପି ଏଟିଏସ ଦ୍ୱାରା ତିନୋଟି ହାଇ-ଟେକ୍ ଡ୍ରୋନ୍ ନିୟୋଜିତ କରାଯାଇଛି। କେବୁଲ ଦ୍ୱାରା ସଂଯୁକ୍ତ ଟେଥରଡ୍ ଡ୍ରୋନଗୁଡ଼ିକ ୧୨ ଘଣ୍ଟା ପର୍ଯ୍ୟନ୍ତ ନିରନ୍ତର ନଜର ରଖିପାରିବେ। ଟେଥେର୍ଡ ଡ୍ରୋନଗୁଡ଼ିକ ୨୧୦ ମିଟର ଉଚ୍ଚତାରେ ଉଡିପାରିବ ଏବଂ ୩ କିଲୋମିଟର ପରିଧି ଅତିକ୍ରମ କରିପାରିବ।

ହାଇ-ଟେକ୍ ଥର୍ମାଲ୍ ଏବଂ ଆଇଆର କ୍ୟାମେରା ସହିତ ସଜ୍ଜିତ ଏହି ଡ୍ରୋନ୍‌ଗୁଡ଼ିକ ଦିନ ଏବଂ ରାତି ଉଭୟ ସମୟରେ ଲାଇଭ୍ ଫୁଟେଜ୍ ପ୍ରଦାନ