ସୋମବାର ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
1 min readରାୟଗଡ଼ା: ଜାନୁଆରୀ ୬ ତାରିଖ ଅପରାହ୍ନ ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ଡିଭିଜନକୁ ଉଦଘାଟନ କରିବେ। ସେ ତେଲେଙ୍ଗାନାର ଚାର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନର ଉଦଘାଟନ କରିବା ସହ ପୂର୍ବତଟ ରେଳପଥର ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ।
ପଠାନକୋଟ – ଜମ୍ମୁ – ଉଧମପୁର – ଶ୍ରୀନଗର – ବାରାମୁଲା, ଭୋଗପୁର ସିରୱାଲ – ପଠାନକୋଟ, ବାଟାଲା – ପଠାନକୋଟ ଏବଂ ପଠାନକୋଟରୁ ଯୋଗିନ୍ଦର ନଗର ସେକ୍ସନକୁ ମିଶାଇ ୭୪୨.୧ କିଲୋମିଟର ବିଶିଷ୍ଟ ଜମ୍ମୁ ରେଳ ଡିଭିଜନ ଗଠନ ଜମ୍ମୁ ଓ କଶ୍ମୀର ଏବଂ ଆଖପାଖ ଅଞ୍ଚଳକୁ ଯଥେଷ୍ଟ ଉପକୃତ କରିବ ଏବଂ ଲୋକଙ୍କ ଦୀର୍ଘ ଦିନର ଆକାଂକ୍ଷାପୂରଣ କରିବ। ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଭିତ୍ତିଭୂମି ବିକାଶ ହେବ, ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ହୋଇପାରିବ।