May 23, 2026

ଗୁଳୁଗୁଳି ପ୍ରଭାବରେ ଲୋକେ କଲବଲ

1 min read

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ତାତିର ଜ୍ବାଳାରେ ଜଳୁଥିବା ବେଳେ ଉପକୂଳରେ ତାପମାତ୍ରା କମିଛି ସିନା, ଗୁଳୁଗୁଳି ପ୍ରଭାବରେ ଲୋକେ କଲବଲ ହେଉଛନ୍ତି। ଝାରସୁଗୁଡ଼ା ପୁଣି ଥରେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଏଠାରେ ଦିନ ତାପମାତ୍ରା ୪୫.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ବୌଦ୍ଧରେ ୪୪.୫ ଡିଗ୍ରି, ସମ୍ବଲପୁରରେ ୪୪.୨ ଡିଗ୍ରି, ଟିଟିଲାଗଡ଼ରେ ୪୪ ଡିଗ୍ରି, ଭବାନୀପାଟଣା ଓ ହୀରାକୁଦରେ ୪୩.୬ ଡିଗ୍ରି, ନୂଆପଡ଼ାରେ ୪୩.୨ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି। ଏଥି ସହ ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଅନ୍ୟପଟେ ଆଜି ଉପକୂଳ ଓଡ଼ିଶାର ପ୍ରାୟ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଛି। ହେଲେ ଅଧିକ ଆର୍ଦ୍ରତା ଯୋଗୁଁ ତାପମାତ୍ରା ୫୦ ଡିଗ୍ରି ଭଳି ଅନୁଭୂତ ହୋଇଛି। ରାଜଧାନୀ ଭୁବନେଶ୍ବରର ଦିନ ତାପମାତ୍ରା ଆଜି ୩୭.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ୭୦%ରୁ ଅଧିକ ରହିଥିଲା। ଅନ୍ୟପଟେ ମେ’ଶେଷ ସପ୍ତାହ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାକୁ ତାତି ଏବଂ ଉପକୂଳକୁ ଗୁଳୁଗୁଳିରୁ ମୁକ୍ତି ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।