April 30, 2026

ରାଜଧାନୀରେ ବିଭିନ୍ନ ସମୟରେ ପାର୍କିଂ ସମସ୍ୟା

1 min read

ଭୁବନେଶ୍ଵର : ରାଜଧାନୀରେ ବିଭିନ୍ନ ସମୟରେ ପାର୍କିଂ ସମସ୍ୟା ଉପୁଜୁଛି। ଯାହାକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ। ତେବେ ପାର୍କିଂ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି ମେୟର। ସେ କହିଛନ୍ତି ବିନା ବ୍ୟବସ୍ଥାରେ ପାର୍କିଂ କଟକଣା ଠିକ୍ ନୁହେଁ। ଆମେ ଅଧିକ ପାର୍କିଂ ବଢାଇବୁ । ଏବଂ ପ୍ରାଇଭେଟ୍ ପ୍ଲଟ୍ ନେବୁ। ଦୋକାନୀ ଓ ସର୍ପିଂ ମଲ୍‌କୁ ପାର୍କିଂ ପ୍ଲେସ୍‌ କରିବାକୁ ସମୟ ଦେବୁ। ଲୋକମାନେ ଯେମିତି କୌଣସି ସମସ୍ୟା ନ ଭୋଗନ୍ତୁ , ସେମିତି ହିଁ ପଦକ୍ଷେପ ନିଆଯିବ। ଏ ନେଇ ଆମେ କମିଶନରେଟ୍ ପୁଲିସ୍‌ ସହ ଆଲୋଚନା କରିଛୁ ବୋଲି କହିଛନ୍ତି ମେୟର।