January 17, 2026

ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି

1 min read

ଦେବଗଡ: ଦେବଗଡ କୁଣ୍ଢେତଗୋଳା ବନାଞ୍ଚଳ ପଳସମା ସେକ୍ସନ୍ ଉଟୁଣିଆ ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ଚାଷ ଜମିରେ ଚାଷୀଙ୍କୁ ଦଳି ଦେଲା ହାତୀ। ଧାନ କାଟିବା ପାଇଁ ଜଣେ ଚାଷୀ ବିଲକୁ ଯାଇଥିବାବେଳେ ଦନ୍ତା ତାଙ୍କୁ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।