March 2, 2026

ପାରାଦୀପ ରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ର ବିକାଶ ମୂଳକ ପଦକ୍ଷେପ

1 min read

ପାରାଦୀପ,୨୮/୦୨:ପାରାଦୀପ ରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ର ବିକାଶ ମୂଳକ ପଦକ୍ଷେପ ପ୍ରକଳ୍ପ ସ୍ଥାପନ ପୂର୍ବରୁ ବିଭିନ୍ନ ଯୋଜନାରେ ନୂତନ ମାନଦଣ୍ଡ ସ୍ଥାପନ କରିଛି। ମହିଳାଙ୍କୁ ଆତ୍ମ ନିର୍ଭରଶିଳତା ଠାରୁ ଆରମ୍ଭ କରି କୃଷି,ଶିକ୍ଷା,ସ୍ବାସ୍ଥ୍ୟ ଓ ଆଲୋକିକରଣ କ୍ଷେତ୍ରରେ ସାର୍ବଜନୀନ ସ୍ଥାନରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପହଞ୍ଚି ପାରିଛି। ସ୍ଥାନୀୟ ଅଞ୍ଚଳରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ର ପରିଚୟ ସ୍ଵତନ୍ତ୍ର। ମହିଳା ମାନଙ୍କୁ ଜେଏସଡବ୍ଲ୍ୟୁ ସ୍ଵତନ୍ତ୍ର ପରିଚୟ ଦେଇଛି।
ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପକ୍ଷରୁ ୨୪୬ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ଛତୁ ଚାଷରେ ୯୮,୪୦୦ ବେଡ ତିଆରି କରିଛନ୍ତି। ସେମାନେ ମାସକୁ ୫ ହଜାର ଟଙ୍କା ଲେଖାଏଁ ରୋଜଗାର କରି ପାରୁଛନ୍ତି। ଜୀବିକା ନିର୍ବାହ ପାଇଁ ୧,୯୦୯ ଜଣ ଚାଷୀଙ୍କୁ ଦକ୍ଷତା ପ୍ରଦାନ କରାଯାଇଛି। ଯାହାଦ୍ଵାରା କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକ ଆଗକୁ ବଢିଛନ୍ତି। ଧୂପକାଠି,କୁକୁଡ଼ା ପାଳନ,ଛତୁ ଚାଷ ରେ ନିୟୋଜିତ ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ବିଶେଷ ଭାବେ ଲାଭବାନ ହୋଇପାରି ଛନ୍ତି।ସେହିପରି ୬୧୨ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା କୁକୁଡ଼ା ଚାଷ କରୁଛନ୍ତି। ସେମାନଙ୍କର ଆଭେରେଜ ମାସିକ ଆୟ ୩,୫୦୦ ଟଙ୍କାରେ ପହଞ୍ଚିଛି। ବିରି ବଢି ତିଆରି ପାଇଁ ୪୩ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ପ୍ରତି ମାସରେ ୩ ଶହ କିଗ୍ରା ବଢି ତିଆରି କରୁଛନ୍ତି। ପ୍ରତି ମାସରେ ୧୫ ଶହ ଟଙ୍କା ଆୟ କରୁଛନ୍ତି। ମାଆ ଶାରଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ୮ ଜଣ ସଦସ୍ୟା ବ୍ୟାଗ ତିଆରି କରି ପ୍ରତି ମାସରେ ୧୫ ଶହ ଟଙ୍କା ରୋଜଗାର କରୁଛନ୍ତି।ସମ୍ଭାବନା ପିଜି ର ୧୦ ଜଣ ସଦସ୍ୟା ପ୍ରତି ମାସରେ ୨୫୦ କିଗ୍ରା ମସଲା ତିଆରି କରୁଛନ୍ତି। ପ୍ରତି ମାସରେ ପ୍ରତ୍ୟେକ ସଦସ୍ୟା ୧୫ ଶହ ଟଙ୍କା ରୋଜଗାର କରୁଛନ୍ତି। ସେହିପରି ମାଆ ଅନ୍ନପୂର୍ଣ୍ଣା ପିଜି ର ୧୪ ଜଣ ସଦସ୍ୟା ଝୋଟ ବ୍ୟାଗ ତିଆରି କରି ପ୍ରତି ମାସରେ ୨,୫୦୦ ଟଙ୍କା ଲେଖାଏଁ ରୋଜଗାର କରି ପାରୁଛନ୍ତି। ଧୂପକାଠି ଟିଆରି କରି ୪୫ ଟି ର ସ୍ଵଂୟ ସହାୟିକା ଗୋଷ୍ଠୀ ର ମହିଳା ମାନେ ମାସକୁ ସର୍ବନିମ୍ନ ୧,୭୫୦ ଟଙ୍କା ଲେଖାଏଁ ରୋଜଗାର କରୁଛନ୍ତି। ସେହିପରି ନୋଳିଆ ସାହି ରେ ଶୁଖୁଆ ଶୁଖାଇବା ପାଇଁ ମା ‘ ଚର୍ଚ୍ଚିକା ପିଜି ର ୨୦ ଜଣ ମହିଳା ମାନଙ୍କୁ ୨ ଟି ଉଚ୍ଚ କ୍ଷମତା ସମ୍ପନ୍ନ ଶୌର ଶକ୍ତି ଚାଳିତ ମାଛ ଶୁଖାଇବା ଯନ୍ତ୍ର ପ୍ରଦାନ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା। ଏହି ମାଛ ଶୁଖାଇବା ଯନ୍ତ୍ର ସାହାଯ୍ୟରେ ୩ ଘଣ୍ଟାକୁ ୨୦ କିଗ୍ରା ଶୁଖୁଆ ଉତ୍ପାଦନ ହୋଇପାରୁଛି। ଯାହାଦ୍ଵାରା ବିଶେଷ କରି ବର୍ଷା ଦିନ ମାନଙ୍କରେ ଏମାନଙ୍କ ପାଇଁ ଏହି ମେସିନ ବରଦାନ ପାଲଟିଛି। ଯାହାଦ୍ଵାରା ଉନ୍ନତ ମାନର ଶୁଖୁଆ ଉତ୍ପାଦନ ହୋଇ ପାରୁଛି।ମୋଟାମୋଟି ଭାବରେ ୩,୦୪୩ ଟି ଘର ପରିବାର ଙ୍କ ଅତିରିକ୍ତ ଆୟ ବୃଦ୍ଧି ପାଇଛି। ଏ ନେଇ ନୂଆଗାଁ ର ସୁବାସିତ ପ୍ରଡ୍ୟୁସର ଗ୍ରୁପ ର ସଭ୍ୟା ଶର୍ମିଷ୍ଠା ଜେନା କହିଛନ୍ତି ପୂର୍ବରୁ ଧୂପକାଠି ତିଆରି କରୁଥିଲୁ। କିନ୍ତୁ ଆଗକୁ ଯାଇ ପାରୁ ନ ଥିଲୁ। ଜେଏସବ୍ଲ୍ୟୁ ପକ୍ଷରୁ ସାହାଯ୍ୟ ସହଯୋଗ ମିଳିବା ପରେ ଏବେ ଆମ ଗ୍ରୁପ ର ୩୦ ଜଣ ସଦସ୍ୟା ଧୂପକାଠି ତିଆରି କରି ପରିବାର ପ୍ରତିପୋଷଣ କରିପାରୁଛୁ। ସେହିପରି ମିନାକ୍ଷୀ ଦାସ କହିଛନ୍ତି କମ୍ପାନୀ ନିର୍ମାଣ ରେ ଆମର ୨ ଟି ପାନ ବରଜ ପଳେଇ ଯାଇଛି। ପାନ ଚାଲିଯିବା ପରେ ଆମେ ଜୀବିକା ହରାଇ ବସିଥିଲୁ। ସେହି ସମୟରେ ଜେଏସଡବ୍ଲ୍ୟୁ ଉତ୍କଳ ପକ୍ଷରୁ ସହଯୋଗ ର ହାତ ବଢାଇଲେ। ଆମେ ଏକଥି ହୋଇ ଛତୁ ଚାଷ କରିବା ପାଇଁ ନିଷ୍ପତ୍ତି କଲୁ। ଜେଏସଡବ୍ଲ୍ୟୁ ପକ୍ଷରୁ ମ୍ୟାଟେରିଆଲ ଯୋଗାଇ ଦିଆଗଲା।୨ ଶହ ବେଡ ତିଆରି କରି ଛତୁଚାଷ କରି ପରିବାର ପ୍ରତିପୋଷଣ କରିପାରୁଛୁ। ଆଗକୁ ଆହୁରି ଅଧିକ ପରିମାଣ ରେ ଛତୁ ଚାଷ କରିବୁ ବୋଲି ଶର୍ମିଷ୍ଠା ଦାସ କହିଛନ୍ତି। ଗୋବିନ୍ଦପୁର ଅନ୍ନପୂର୍ଣ୍ଣା ପିଜି ର ସଭ୍ୟା ସନ୍ଧ୍ୟାରାଣୀ ଦଳାଇ କହିଛନ୍ତି ଝୋଟ ରୁ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ପ୍ରତି ମାସରେ ମୁଣ୍ଡପିଛା ହାରାହାରି ୧,୫୦୦ ଟଙ୍କା ଆୟ କରୁଛୁ। ଜଗନ୍ନାଥ ସ୍ଵୟଂ ସହାୟିକା ଗୋଷ୍ଠୀ ର ଅନିତା ନାୟକ ଙ୍କ ନେତୃତ୍ବ ରେ ଛତୁ ଚାଷ କୁ ଏକ ସ୍ଥାୟୀ ଆୟ ଭାବରେ ଗ୍ରହଣ କରି ୨ ଶହ ଶଯ୍ୟା ବିଶିଷ୍ଟ ଛତୁ ଚାଷ କୁ ଏକ କ୍ଷୁଦ୍ର ଉଦ୍ୟୋଗ ରେ ପରିଣତ କରି ସ୍ବାବଲମ୍ବୀ ହୋଇଥିବା କହିଛନ୍ତି। ପୋଲାଙ୍ଗ ରେ କୃଷ୍ଣ ସ୍ଵୟଂ ସହାୟିକା ଗୋଷ୍ଠୀ ଏକ ବୃହତ ସ୍ତର ରେ କୁକୁଡ଼ା ଚାଷ କରି ଯଥେଷ୍ଟ ଲାଭ କରିବା ସହ ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା କହିଛନ୍ତି।