May 22, 2025

ଡରରେ ଗୁଳି ମାରୁଛି ପାକିସ୍ତାନ

1 min read

ନୂଆଦିଲ୍ଲୀ: ଡରରେ ଗୁଳି ମାରୁଛି ପାକିସ୍ତାନ । ଏଲଓସିରେ ଜାରି ରହିଛି ଉତ୍ତେଜନା । ପୁଣି ଗୁଳି ମାରି ସୀମାକୁ ଅଶାନ୍ତ କଲା ପାକିସ୍ତାନ । ଭାରତ-ପାକିସ୍ତାନ ସୀମାରେ ଲଗାତାର ଅଷ୍ଟମ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ।

କୁପୱାଡା, ବାରମୂଲା, ପୁଞ୍ଚ, ନୌସେରା ଏବଂ ଅଖନୁର ଅଞ୍ଚଳରେ ଗୁଳିମାଡ । ଗତରାତିରେ ଗୁଳିମାଡ କରିଥିବା ସୂଚନା । ତେବେ ପାକିସ୍ତାନ ସେନାର ଗୁଳିମାଡର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ ।

ତେବେ ଆଜି ନୁହେଁ ଯେବେଠାରୁ ପହଲଗାମ୍ ପ୍ରତିଶୋଧ ନେବା ଭାରତ ଆରମ୍ଭ କଲାଣି ସେବେଠାରୁ ଭୟରେ ବାଉଳି ହୋଇ ଘନଘନ ଗୁଳିମାଡ କରୁଛି ପାକିସ୍ତାନ । ସୀମାରେ ପୂରା ପାକିସ୍ତାନୀ ସେନା ସଜାଗ ରହିଛନ୍ତି । କାଳେ କେତେବେଳେ ଭାରତ ଆକ୍ରମଣ କରିଦେବ ସେନେଇ ପୂରା ଅନିଦ୍ରା ରହୁଛି ପାକିସ୍ତାନ ଓ ତାର ସେନା ।